Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁନିଗାଡିରେ ବିଶ୍ଵ ମାତୃ ଦିବସ ପାଳିତ

ବେଲଗୁଣ୍ଠା: ଗାଙ୍ଗପୁର ଥାନା ଅର୍ନ୍ତଗତ ମୁନିଗାଡ଼ି ପଂଚାୟତରେ ବିଶ୍ୱ ମାତୃଦିବସ ପାଳନ କରାଯିବା ସହିତ ଅଞ୍ଚଳର ଆଠ ଜଣ ମାଆଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା I ମୁନିଗାଡ଼ି ସରପଞ୍ଚ ସବିତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ସୁସ୍ଥ ସମାଜ ଗଠନରେ ମାଆ ମାନଙ୍କର ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ,ସମିତିସଭ୍ୟ ପ୍ରତିନିଧି ମାନସରଞ୍ଜନ ବିଷୋୟୀ, ନାଏବ ସରପଞ୍ଚ ଲକ୍ଷ୍ମୀ ପ୍ରଧାନ, ପୁର୍ବତନ ସରପଞ୍ଚ କାହ୍ନୁ ଦଳବେହେରା,ପୂର୍ବତନ ସମିତିସଭ୍ୟ ପଦ୍ମନାଭ ଗୌଡ଼,ପିଇଓ ସୁକାନ୍ତ ନାୟକ, ଯୋଗାଣ ସହାୟକ ମମତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ I ପ୍ରଭାକର ବିଷୋୟୀ, ଲକ୍ଷ୍ମୀ ସାହୁ, ଜୟଦେବ ସାହୁ, ରଘୁ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପଂଚାୟତର କମଳା ସ୍ୱାଇଁ,ନର୍ମଦା ସ୍ୱାଇଁ, କୁମାରୀ ନାୟକ, ସୁଶିଳା ପ୍ରଧାନ, କମ୍ବୁଳି ସ୍ୱାଇଁ, ନର୍ମଦା ସାହୁ ,ସୁନ୍ଦରୀ ରଣ ସିଂହ ସାମନ୍ତ ଏବଂ ସରୋଜିନୀ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ