ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଂଗ୍ରେସଦଳ ତରଫରୁ ଆଜି ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମହତ୍ୟା ର ନ୍ୟାୟ ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିବା ଦେଖାଯାଇଛି l ଏହାର ପ୍ରଭାବରେ ଆଜି ବୀରମହାରାଜପୁର ର ସମସ୍ତ ସ୍କୁଲ, କଲେଜ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦରହିଥିବା ଦେଖା ଦେଇଛି l ସମସ୍ତ ଗାଡ଼ି ମୋଟର ଯା ଆସ ବନ୍ଦ ରହିଛି l କେବଳ ମୋଟର ସାଇକେଲ, ସ୍କୁଟି ଆଦି ଯିବା ଆସିବା କରୁଥିଲା l ପ୍ରକାଶ ଯେ ଗତ ୧୧ତାରିଖ ରେ ବାଲେଶ୍ୱର ଫକୀରମୋହନ କଲେଜ ର ଛାତ୍ରୀ ସୌମ୍ୟ ଶ୍ରୀ ବିଶି ଙ୍କୁ କଲେଜ୍ ତରଫ ରୁ ନିର୍ଯାତନା ହୋଇ ଆସିଥିବା ସେ କଲେଜ ର ଅଧ୍ୟକ୍ଷ , ମୁଖ୍ୟମନ୍ତ୍ରୀ , ରାଷ୍ଟ୍ରପତି, ଏସ. ପି, ଥାନା ଅଧିକାରୀ, ଜିଲ୍ଲାପାଳ ଙ୍କୁ ଲିଖିତ ଜଣାଇ ଥିଲେ l ମାତ୍ର ସମସ୍ତ ଙ୍କୁ ଜଣାଇ ଆସିଥିଲେ ହେଁ ସେ କୌଣସି ନ୍ୟାୟ ପାଇ ନ ଥିଲେ, ଶେଷରେ କିଛି ଉପାୟ ନ ପାଇ ସେ ଆତ୍ମହତ୍ୟା କରିବାର ବାଟ ବାଛି ନେଇଥିଲେ l ଶେଷରେ ନିରାଶ ହୋଇ ୧୧ତାରିଖ ଦିନ କଲେଜ୍ ର ପ୍ରିନ୍ସିପାଲ ଙ୍କ ଚେମ୍ୱର ଆଗରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିଥିଲେ l ଏହି ଘଟଣା କୁ କେନ୍ଦ୍ର କରି ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବୀରେ ଗୁରୁବାର ବୀରମହାରାଜପୁର ବ୍ଲକ କଂଗ୍ରେସ ତରଫରୁ ଶାନ୍ତି ଶୃଙ୍ଖଳା ସହ ୧୨ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରା ରେ ବୀରମହାରାଜପୁର ଜୋନ୍ ୧ର ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ ଙ୍କ ନେତୃତ୍ଵରେ ସୁବର୍ଣ୍ଣପୁର କଂଗ୍ରେସ ଯୁବ ସଭାପତି ପ୍ରିୟବ୍ରତ ସlହୁ, ବରିଷ୍ଠ ସଦସ୍ୟ ଦୀନବନ୍ଧୁ ମେହେର , ଗରୀବ ଦଣ୍ଡସେନା , ସୁରେଶ ପଣ୍ଡା, ଗୋକୁଲାନନ୍ଦ ସାହୁ, ସାମନ୍ତ ପାତ୍ର, ଙ୍କ ସହ ବହୁ କଂଗ୍ରେସ କର୍ମୀ ସାମିଲ ଥିଲେ l ସେହିପରି ଉଲୁଣ୍ଡା , ସୁବଳୟା ରେ ମଧ୍ୟ ଗୋପାଳ ବେହେରା ଙ୍କ ସହିତ ଅନ୍ୟ କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ସମସ୍ତ ସରକାରୀ ଓ଼ ବେସରକାରୀ ଅନୁଷ୍ଠାନ. ଦୋକାନ ବଜାର ବନ୍ଦ କରିଥିଲେ l
ବୀରମହାରାଜପୁର ରେ କଂଗ୍ରେସର 12 ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଫଳ
