ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ବ୍ଳକ କଂଗେସ ପକ୍ଷରୁ ୧୨ଘଣ୍ଟିଆ ଗୁରୁବାର ବନ୍ଦ ଡାକରା ଦିଆଯାଇଥିଲା । ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ସୈମ୍ୟଶ୍ରୀ ବିଶିଙ୍କ ଆତ୍ମହତ୍ୟାର ନ୍ୟାୟ ଦାବୀରେ ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବରେ ଆଜି ଉଲୁଣ୍ଡାରେ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଦୋକାନ ବଜାର, ବେସରକାରୀ ତଥା ସରକାରୀ ଅଫିସ ବନ୍ଦ ସହ ଗାଡି ଚଳାଚଳ ବନ୍ଦ ରହିଥିଲା । ସୂଚନା ଅନୁସାରେ ଗତ ୧୧ ତାରିଖରେ ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୈମ୍ୟଶ୍ରୀ ବିଶିଙ୍କୁ କଲେଜ ତରଫରୁ ନିର୍ଯ୍ୟାତନା କରିଥିଲେ । କିନ୍ତୁ ସେ କିଛି ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା କରିଥିଲେ । ୧୧ ତାରିଖରେ କଲେଜ ପ୍ରିନ୍ସିପାଲଙ୍କ ଚେମ୍ବର ଆଗରେ ନିଜ ଶରୀରରେ ପେଟ୍ରାଲ ଢାଳି ଆତ୍ମହତ୍ୟା କରିଥିଲେ । ସେଥିପାଇଁ ସାରା ଓଡିଶାରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଉଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ଭୋଳାନାଥ ସାଗର , ରାମଚନ୍ଦ୍ର ବାରିକ ପ୍ରମୁଖ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ବନ୍ଦ ପାଳନ ରେ ସାମିଲ ଥିଲେ । ଲୋକେ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ପାଳନରେ ସାମିଲ ଥିବା ଦେଖାଯାଇଛି I
ସୈମ୍ୟାଶ୍ରୀ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଉଲୁଣ୍ଡା ବନ୍ଦ ସଫଳ
