Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡ଼ୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତିର ସମାବେଶ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଲଡୁଗାଁ ଆଞ୍ଚଳିକ ଯୁବ ଯାଦବ ସମିତିର ଏକ ସମାବେଶ ଅନୁଷ୍ଠିତ ହୋଇଛି। କୋକସରା ବ୍ଳକ ଯୁବ ଯାଦବ ସଭାପତି ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷୁଧୀ ବାଗ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଯାଦବ ମହାସଭା ସାଧାରଣ ସମ୍ପାଦକ ଅଲେଖ ଗୋପାଳ, ସମ୍ମାନିତ ଅତିଥି ପୂର୍ବତନ ଧର୍ମଗଡ଼ ଉପଖଣ୍ଡ ଯାଦବ ସମ୍ପାଦକ ଡମ୍ବରୁଧର ଖର୍ସେଲ, କୋକସରା ବ୍ଳକ ଯାଦବ ସଭାପତି ବିନୋଦ ରାଉତ, ସହ ସମ୍ପାଦକ ଧନସିଂ ବାଗ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜିଲ୍ଲା ଯୁବ ଯାଦବ ସମ୍ପାଦକ ହିମାଞ୍ଚଳ ରାଉତ, ଲଡୁଗାଁ ଅଞ୍ଚଳିକ ଯାଦବ ଉପସଭାପତି ଶଙ୍କର ବାରିକ, ରାଜୀବ ହଂସ, କାର୍ଯ୍ୟକାରୀ ସଭାପତି ଋଷ୍ୟଶୃଙ୍ଗ ଜାଲ, ସୁଧାଂଶୁ ଶେଖର ନାଗ, ମେଘନାଦ ଚଣ୍ଡୀ, କଳ୍ପେଶ୍ବର ଭାଟି, କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସମିତି ସମ୍ପାଦକ ହିରଣ୍ୟ ବେହେରା, ଜଗଦୀଶ ନାଏକ, ତୁଲାରାମ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଲଡୁଗାଁ ଆଞ୍ଚଳିକ ଯୁବ ଯାଦବର ସମ୍ପାଦକ ଯୋଗୀନ୍ଦ୍ର ହଂସ ଓ ସୁଧୀର କୁମାର ନାଗ ସଭା ପରିଚାଳନା କରିଥିଲେ। ଗିରିଧାରୀ ଯୁଏଡ ଧନ୍ୟବାଦ ଅର୍ପଣ କରିଥିଲେ।