ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ରେ ନାରାୟଣ ଲୁହା ଫେନ୍ କ୍ଳବ୍ ତରଫରୁ ବୀରମହାରାଜପୁର ବ୍ଲକ୍ ସଭା ଗୃହରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବୀରମହାରାଜପୁର ଉପଖଣ୍ଡ ପୋଲିସ୍ ଅଧିକାରୀ ହେମନ୍ତ ରାଓ ଉଦ୍ଘାଟନ କରିଥିଲେ l ଏହି ରକ୍ତଦାନ ଶିବିରରେ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ସୁବର୍ଣ୍ଣପୁର ସ୍ଵାସ୍ଥ୍ୟ କେନ୍ଦ୍ରରୁ ଅସି ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ l ରକ୍ତ ଦାନ ମହା ପୁଣ୍ୟ ଅହି ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିବସ୍ୱତି ପଣ୍ଡା , ଦୂର୍ଗେଶ ପଣ୍ଡା , ନିରୋଦ ପାଣ୍ଡେ , ନାରାୟଣ ଲୁହା , ଲକ୍ଷ୍ମନାରାୟଣ ପୁରୋହିତ, ସୂର୍ୟନରାୟନ ନନ୍ଦ, ସୁରୁମହାକୁର, ଙ୍କ ସମେତ ୧୦୦ଜନ ବଦାନ୍ୟ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାପାଇଁ ରକ୍ତ ଦାନ କରିଥିଲେ l
ଏହି ଶିବିରରେ ବ୍ଲକ୍ ଅଧକ୍ଷା ଶାନ୍ତି ଲୁହା , ବ୍ଲକ୍ ଉପାଧ୍ୟକ୍ଷ ନାରାୟନ ଲୁହା , ସମାଜସେବୀ ପୀତବାସ ଶତପଥୀ , ଅଶୋକ ନନ୍ଦ , ପିତାମ୍ବର ଦେହେରି , ଧିରେନ୍ ସହୁ , ତ୍ରିପୁରାରୀ ମେହେର, କୃଷ୍ଣ ମେହେର, ପ୍ରଦୀପ କୁମାର ବଢିଆ ସହଯୋଗ କରିଥଲେ l
ବୀରମହାରାଜପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ
