Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହରିହର ଜୋର (ଠେଙ୍ଗୋ) ଡ୍ୟାମ୍ ରୁ ଛଡ଼ା ଗଲା ପ୍ରଥମ ବନ୍ୟାଜଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହିରହର ଯୋର (ଠେଙ୍ଗୋ) ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିସ୍କାସିତ ହୋଇଛି । ଆଜି ରିତିନିତିରେ ପୂଜା ପାଠ ପରେ ଡ୍ୟାମରୁ ବନ୍ୟାଜଳ ଛଡାଯାଇଛି । ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ଜୁଲାଇ ମାସରେ ରହିଥିବା ଜଳଧାରଣ କ୍ଷମତାଠାରୁ ଅଧିକ ହୋଇଯାଇଥିବାରୁ ବନ୍ୟାଜଳକୁ ନିସ୍କାସନ କରାଯାଇଛି । ସୂଚନା ଅନୁସାରେ ହରିହରଯୋର ଡ୍ୟାମର ଜଳଧାରଣ କ୍ଷମତା ହେଉଛି ୫୮୬.୮୮ ହେକ୍ଟର ମିଟର । ତେବେ ଜୁଲାଇ ମାସରେ ଏହାର ୭୦ ପ୍ରତିଶତ ଜଳ ଡ୍ୟାମରେ ରଖାଯାଏ । ଲଗାଣ ବର୍ଷା ଯୋଗୁଁ ତାହା ୮୯.୮୮ ପ୍ରତିଶତକୁ ବୃଦ୍ଧି ପାଇସାରିଛି । ଏଣୁ ଅଧିକ ରହିଥିବା ୧୯.୮୮ ପ୍ରତିଶତ ଜଳରାଶିକୁ ୭୦ ପ୍ରତିଶତ ହେବା ପର୍ଯ୍ୟନ୍ତ ଛଡାଯିବବୋଲି ଜଣାପଡିଛି । ଆଜି ରିତିନିତିରେ ପୂଜା ପାଠ ପରେ ୫ ନମ୍ବର ସ୍ପିଲଗେଇଟ ଦେଇ ଏବର୍ଷର ପ୍ରଥମ ବନ୍ୟାଜଳକୁ ନିସ୍କାଶନ କରାଯାଇଛି । ଡ୍ୟାମରେ ମୋଟ ୯ ଗୋଟି ସ୍ପିଲ ଗେଟ ରହିଥିବାବେଳେ ୫ ନମ୍ବର ସ୍ପିଲ ଗେଟଟି ମଝିରେ ରହିଥିବା ଜଣାଯାଇଛି । ଆଜିର ଏହି ବନ୍ୟାଜଳ ନିସ୍କାସନ ସମୟରେ ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ବାରିକ , ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା ଏବଂ ସହକାରୀ ଯନ୍ତ୍ରୀ ସମୀରକାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ତେବେ ଡ୍ୟାମରେ ଅଧିକ ଥିବା ଜଳରାଶି ୭୦ ପ୍ରତିଶତକୁ ଖସିଲା ପରେ ପୁନର୍ବାର ଖୋଲାଯାଇଥିବା ଗେଟକୁ ବନ୍ଦ କରିଦିଆଯିବ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି l