Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲ୍ୟାଣ୍ଡିଙ୍ଗ ବେଳେ ରନୱେରୁ ବାହାରିଗଲା ଏୟାର ଇଣ୍ଡିଆର ବିମାନ

ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। କୋଚିରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନ (AI-2744) ଅବତରଣ ସମୟରେ ରନୱେରୁ ଖସି ପଡ଼ିଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାଁନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବରେ ପ୍ଲେନରୁ ବାହାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-2744 କୋଚିରୁ ମୁମ୍ବାଇ ଆସୁଥିଲା। ସକାଳେ ଅବତରଣ ସମୟରେ ପ୍ରବଳ ବର୍ଷା ଯୋଗୁଁ ରନୱେ ଓଦା ଥିଲା ଯାହା ଫଳରେ ବିମାନଟି ନିର୍ଦ୍ଧାରିତ ଟ୍ରାକରୁ ଟିକିଏ ଆଗକୁ ଚାଲିଯାଇଥିଲା ବୋଲି କୁହାଯାଉଛି। ତଥାପି ପାଇଲଟ୍ ନିଜ ବୁଦ୍ଧି ବଳରେ ବିମାନକୁ ନିୟନ୍ତ୍ରଣ କରିପାରିଥିଲେ ଏବଂ ଏହାକୁ ସେଫ୍ ଗେଟକୁ ନେଇଯାଇଥିଲେ। ଯେଉଁଠାରେ ସମସ୍ତ ଯାତ୍ରୀଙ୍କୁ ସତର୍କତାର ସହ ଓହ୍ଲାଇ ଦିଆଯାଇଥିଲା।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କେହି ଆହତ ହୋଇନାହାଁନ୍ତି। ସତର୍କତା ସ୍ୱରୂପ, ବିମାନକୁ ବର୍ତ୍ତମାନ ପାଇଁ ଗ୍ରାଉଣ୍ଡ କରାଯାଇଛି ଏବଂ ବୈଷୟିକ ତଦନ୍ତ କରାଯାଉଛି। ମୁଖପାତ୍ରଙ୍କ ଅନୁଯାୟୀ, “ବିମାନ ଅବତରଣ କରିବା ସମୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା। ଏହି କାରଣରୁ ବିମାନଟି ଅବତରଣ ପରେ ତୁରନ୍ତ ରନୱେରୁ ଖସି ପଡ଼ିଥିଲା।” ସେହିପରି ପାଣିପାଗ ପରିସ୍ଥିତି ଏବଂ ରନୱେର ଅବସ୍ଥା ମଧ୍ୟ ଅଧ୍ୟୟନ କରାଯାଉଛି ବୋଲି ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ