Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ନେତା ଓ କର୍ମୀ ଏକାଠି ହୋଇ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ନିକଟରେ ପ୍ରବଳ ଗର୍ଜିଛନ୍ତି

ସମ୍ବଲପୁର:ରାଜ୍ୟ ସରକାରଙ୍କ ବ୍ୟବସ୍ଥା ବିରୋଧରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀ ଏକାଠି ହୋଇ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ନିକଟରେ ପ୍ରବଳ ଗର୍ଜିଛନ୍ତି।
ରାଜ୍ୟ ସରକାରଙ୍କ ୧ ବର୍ଷର ଶାସନ କାଳରେ ବିଭିନ୍ନ ଘଟଣା ଦୁର୍ଘଟଣା ରେ ସରକାରଙ୍କ ଭୂମିକା ଓ ସରକାରୀ ବ୍ୟବସ୍ଥା ବିରୋଧରେ ବିଜେଡି ନେତା ଏକତ୍ରିତ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉତ୍ତରାଞ୍ଚଳ ଆରଡିସି ସଚିନ ଆର. ଯାଧବ ଙ୍କୁ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଏକ ପ୍ରତିବାଦ ସଭା ପୂର୍ବରୁ ପ୍ରଥମେ ସରକାର ବିରୋଧୀ ନାରାବାଜି ଦିଆଯାଇ ଏହା କେବଳ ଏକ କାଷ୍ଟିଙ୍ଗ ଆଗକୁ ଟେଲର ଦେଖିବାକୁ ବିଜେଡି ଚେତାଇଦେଇଛି।
ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ , ବଳଙ୍ଗା ନାବାଳିକା ଘଟଣା ସହିତ ଗୋପାଳପୁର ସମୁଦ୍ର ବେଳା ଭୂମିରେ ଗ୍ୟାଙ୍ଗ ରେଫ ଘଟଣାର ତୀବ୍ର ନିନ୍ଦା କରି ବିଜେଡି ନେତା ସମୁହ କ୍ରାଇମ ବ୍ରାଞ୍ଚ ତଦନ୍ତକୁ ପ୍ରତ୍ୟାଖ୍ୟାନ କରି ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଙ୍କ ଦ୍ୱାରା ନିରପେକ୍ଷ ଜୁଡ଼ିସିଆଲ ତଦନ୍ତ ପାଇଁ ଦାବି କରିଥିଲେ।
ପ୍ରତିବାଦ ସଭାରେ ବିଜେପି ସରକାରଙ୍କ ତୀବ୍ର ସମାଲୋଚନା କରି ଏହି ସରକାରଙ୍କ ଆୟୁଷ ୨ ବର୍ଷ ପୁରିବନି ୩ ବର୍ଷରେ ସରକାର ନଥିବ ବୋଲି ବିଜେଡି ନେତା ମାନେ ନିଜର ଉପସ୍ଥିତି ଜାହିର କରିଥିଲେ। ଏହି ପ୍ରତିବାଦ ସଭାରେ ସମ୍ବଲପୁର ବିଜେଡି ସଭାପତି ଇଂ. ରୋହିତ ପୁଝାରୀ ଅଧ୍ୟକ୍ଷତା କରିଥିବାବେଳେ ଅନୁଗୋଳ ଠାରୁ ଆରମ୍ଭ କରି ସୁନ୍ଦରଗଡ଼ କଳାହାଣ୍ଡି, ବୌଦ୍ଧ ଜିଲ୍ଲା ବ୍ୟାପି ଉତ୍ତରାଞ୍ଚଳ ରାଜସ୍ବ ଅଧୀନରେ ଥିବା ସମସ୍ତ ଜିଲ୍ଲା ନେତାଙ୍କ ସହିତ ପ୍ରାୟ ୩ ହଜାର କର୍ମୀ ଯୋଗଦେଇ ମୋହନ ସରକାରଙ୍କ ଇସ୍ତଫା ଦାବି କରିଥିଲେ।
ଏହି ପ୍ରତିବାଦ ସଭାରେ ଦଳର ବିରୋଧୀ ଦଳ ଉପନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ, ପ୍ରଦୀପ ଅମାତ, ନିରଞ୍ଜନ ପୁଝାରୀ, ଅଧୀରାଜ ଚୌଧୁରୀ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ନଳିନୀ ପ୍ରଧାନ, ଅଳକା ମହାନ୍ତି, ଅଭିମନ୍ୟୁ ସାହୁ, ସୁଶାନ୍ତ ମିଶ୍ର, ଲମ୍ବୋଧର ନାଏକ, ମୁକେଶ ପାଳ, ଏମଡି. ଆୟୁବଖାନ, ସୁବ୍ରତ ତରାଇ, ପୁଷ୍ପେନ୍ଦ୍ର ସିଂ, ଦୁର୍ଯ୍ୟୋଧନ ଗର୍ଡିଆ, ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ସୁଦର୍ଶନ ହରିପାଳ, ରିତା ସାହୁ, ବର୍ଷା ସିଂ ବରିହା, କୁମଦିନୀ ନାଏକ,ସରୋଜ ମେହେରଙ୍କ ଭଳି ବହୁ ବିଧାୟକ, ପୂର୍ବତନ ବିଧାୟକ ସମେତ ବହୁ ତୁଙ୍ଗ ନେତା ଏଥିରେ ଭାଗ ନେଇଥିଲେ। ଏହାକୁ ନେଇ ପୋଲିସ ପକ୍ଷରୁ ବ୍ୟାରିକେଟ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସଭାପରେ ବିଜେଡିର ଏକ ପ୍ରତିନିଧି ଦଳ ଆରଡିସିଙ୍କ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଆରଡିସିଙ୍କ ସହିତ ବସି ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ