ଜମନକିରା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ; ଏକଲବ୍ୟ ଓ ସସ୍ମିତା +୩ ଏବଂ ଭକ୍ତି ଭୂଷଣ ଓ ଅମିଷା +୨ ଚାମ୍ପିୟନ
ଜମନକିରା : ସ୍ଥାନୀୟ ଜମନକିରା ମହାବିଦ୍ୟାଳୟ ପରିସରସ୍ଥ ଖେଳପଡ଼ିଆରେ ଆୟୋଜିତ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅତ୍ୟନ୍ତ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ାସୁଲଭ ମନୋଭାବ ମଧ୍ୟରେ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଉଭୟ ଉଦଯାପନୀ ଓ ଉଦଘାଟନୀ ଉତ୍ସଵକୁ ଅଧକ୍ଷ ଅରୁଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାମୂଳକ ଭାବନା ଜାଗ୍ରତ କରିବା ସହ ସେମାନଙ୍କ ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉଦ୍ଦୀପନା ଦେଖିବାକୁ ମିଳିଥିଲା।
ଉତ୍ସବର ଦ୍ୱିତୀୟ ତଥା ଅନ୍ତିମ ଦିବସରେ ଖେଳ ପଡ଼ିଆରେ ବିଭିନ୍ନ ରୋମାଞ୍ଚକର କ୍ରୀଡ଼ା ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ୮୦୦ ମିଟର, ୧୫୦୦ ମିଟର ଓ ୩୦୦୦ ମିଟର ଦୌଡ଼ ସମେତ ଦଳଗତ ରିଲେ ଦୌଡ଼ ଏବଂ ମ୍ୟୁଜିକାଲ ଚେୟାର ଭଳି ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ହୋଇଥିଲା। ଛାତ୍ରଛାତ୍ରୀମାନେ ଅଦମ୍ୟ ସାହସ, ଦୃଢ଼ ମନୋବଳ ଓ ଦଳଗତ ଏକତାର ପରାକାଷ୍ଠା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ।
ଉଦଯାପନୀ ସମାରୋହରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ସମଗ୍ର ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି +୨ ବାଳକ ବିଭାଗରେ ଭକ୍ତି ଭୂଷଣ ଲାକ୍ରା ଏବଂ ବାଳିକା ବିଭାଗରେ ଅମିଷା ଖାଖା ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ସେହିପରି +୩ ବାଳକ ବିଭାଗରେ ଦ୍ୱିତୀୟ ବର୍ଷ କଳା ଛାତ୍ର ଏକଲବ୍ୟ ପଧାନ ଏବଂ ବାଳିକା ବିଭାଗରେ ବିଜ୍ଞାନ ଛାତ୍ରୀ ସସ୍ମିତା ଭୋଇ ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ବିବେଚିତ ହୋଇ ସମ୍ମାନଜନକ ଚାମ୍ପିୟନ ଟ୍ରଫି ହାସଲ କରିଥିଲେ।
ଏହି କ୍ରୀଡ଼ା ମହୋତ୍ସବର ସୁପରିଚାଳନା ତଥା ଉଦ୍ଘାଟନୀ ଉତ୍ସବରେ ଯୁକ୍ତ ଦୁଇ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଧୀରେନ୍ଦ୍ର ସାହୁ, ପ୍ରହ୍ଲାଦ ନାଏକ, ସତ୍ୟନାରାୟଣ ପଟ୍ଟନାୟକ, ଅଭିଷେକ ଭଇଁଷା, ସମରେନ୍ଦ୍ର ବୈଦ୍ୟ, ଅମୀୟ ସା, ଦେବେନ୍ଦ୍ର କିଷାନ, ମାନସୀ ପଧାନ, ଦୀପ୍ତି ବିଶ୍ୱାଳ, ତୃପ୍ତି ମଲ୍ଲିକ, ଦୀପ୍ତିମୟୀ ରାଉତ, ଗୀତା ପଧାନ, ସୀମା ପଧାନ, ପ୍ରିୟଙ୍କା ପଟେଲ ଓ ଶିବାନୀ ବେହେରା ଉପସ୍ଥିତ ଥିଲେ। ସେହିପରି ଯୁକ୍ତ ତିନି ବିଭାଗର ପ୍ରଦୀପ କୁମାର ପଣ୍ଡା, ଅରୁଣା ମିଶ୍ର, ଡ. ତୃପ୍ତି ମିଶ୍ର, ମନମୋହନ ବାଗ, ସୁରଥ ସାହୁ, ସିଦ୍ଧାନ୍ତ ସାହୁ, ମିନିକେତନ ସାହୁ, କୁଣ୍ଡଳୀ ମହାନନ୍ଦ, ସୁପର୍ଣ୍ଣା ପଟ୍ଟନାୟକ, ଚେତନା ଗର୍ତିଆ, ସୁଲକ୍ଷଣା ପଟେଲ, ବର୍ଣ୍ଣାଳୀ ଦେହୁରୀ, ସାଇନା ଭୋଇ, ମୁଶାରଫ ଅନସାରୀ ଓ ରୋଜି ପରିଡ଼ା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଣ-ଶିକ୍ଷକ କର୍ମଚାରୀ ଲକ୍ଷ୍ମଣ ପାଣ୍ଡେ, ପ୍ରବୀର ନାୟକ, ଋଷଭ ଭୋଇ, ଅଜୟ ସାହୁ ଓ ବିଶ୍ୱନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ମହାକୁଳ ଦୁଇଦିନିଆ ଏହି କ୍ରୀଡ଼ା ମହୋତ୍ସବର ସଫଳ ରୂପାୟନ ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ ଅଧ୍ୟାପକ, କର୍ମଚାରୀ, ଅଫିସିଆଲ ଏବଂ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶୃଙ୍ଖଳା ଓ ଭାଇଚାରାର ବାର୍ତ୍ତା ବାଣ୍ଟି ଏହି କ୍ରୀଡ଼ା ଉତ୍ସବ ଅନେକ ସ୍ମରଣୀୟ ଅନୁଭୂତି ସହ ସମ୍ପନ୍ନ ହୋଇଛି।

