ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଭଗବାନ ଶିବ ଶଙ୍କର ଙ୍କର ଉପରେ ପ୍ରବଚନ କାର୍ଯ୍ଯକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଅବସରରେ ଭଗବାନ ଶିବ ଶଙ୍କରଙ୍କ ଉପରେ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ ଅନୁଷ୍ଠାନ ର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢୀ । ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ସଭାପତି ଯୁଗଳ କିଶୋର ମିଶ୍ର,ବ୍ୟାସ ଗାୟକ ସତ୍ୟ ନାରାୟଣ ଚାନ୍ଦ,ଦ୍ବିତୀକୃଷ୍ଣ ପଣ୍ଡା,ଶଙ୍କର ମେହେର, ଦିଲ୍ଲିପ ତ୍ରିପାଠୀ , ମୀନକେତନ ମେହେର ପ୍ରମୁଖ ବାଦ୍ୟଯନ୍ତ୍ର , ପାଳିଆ ଓ ଶବ୍ଦ ଗ୍ରହଣ ରେ ସହଯୋଗ କରିଥିଲେ । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ ଭୂଷଣ କୁମାର ପାତ୍ର , ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ପାରାୟଣ ଗାୟକ ଶ୍ରୀନିବାସ ନାୟକ , ପୀତବାସ ପଣ୍ଡା , ପୂର୍ବତନ ସଭାପତି ଭଗବାନ ମିଶ୍ର , ଚମରା ମହାକୁର , ଜ୍ଞାନେନ୍ଦ୍ର ତ୍ରିପାଠୀ , ଦିଲ୍ଲିପ ମିଶ୍ର , ନିତ୍ୟାନନ୍ଦ ତ୍ରିପାଠୀ , ବଳରାମ କାଣ୍ଡ , ରାଧେଶ୍ୟାମ ରାଏ , ଶ୍ୟାମସୁନ୍ଦର ସେଠି , ଦାମୋଦର ମିଶ୍ର,ପବନାନନ୍ଦ , ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ଗୋପୀନାଥ ମହାକୁର, ବାସୁଦେବ ପଣ୍ଡା ଏବଂ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ସହିତ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଉପସ୍ଥିତ ଥିଲେ।