Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଉସେନପାଲି(ଖ) ସ୍କୁଲରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଝାରସୁଗୁଡା ୨୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ବାଉସେନପାଲି (ଖ) ୟୁପି ସ୍କୁଲରେ ସୋମବାର ଦିନ ‘ମା ପାଇଁ ଗଛଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ଇକୋ କ୍ଳବର ନୋଡାଲ ଶିକ୍ଷକ ଅଶୋକ ଖଡିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ୟୁକୋ କ୍ଲବର ସଭାପତି ତଥା ଛାତ୍ର ସମ୍ରାଟ କଅଁର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରୁପସାଗର କଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ହିଁ ପରିବେଶ ସନ୍ତୁଳନର ଏକମାତ୍ର ଉପାୟ ବୋଲି କହିଥିଲେ । ସେହିଭଳି ମୁଖ୍ୟବକ୍ତା ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ କାଲୋ ନିଜ ଜନ୍ମଦାତ୍ରୀ ମା ଭଳି ପୃଥିବୀ ମାତାଙ୍କୁ ଗଭୀର ଭାବେ ଭଲ ପାଇ ଶ୍ରଦ୍ଧା ପୂର୍ବକ ମା ପାଇଁ ଗଛଟିଏ ରୋପଣ କରି ତାର ଯତ୍ନନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ବତ୍କୃତା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭିକମପାଲି ବନପାଳ ସରୋଜ ଖମାରୀଙ୍କ ସହ ବନ କର୍ମଚାରୀ ଏବଂ ୱାର୍ଡ ସଭ୍ୟ ଲଛମନ ବାଗଙ୍କ ନରୋତ୍ତମ ସା, ନୁନୁ ସ।, ଅଶୋକ କଅଁର, ନେହେରୁ ହରିଜନଙ୍କ ସମେତ ଅବିଭାବକ ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ରୋମି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ