Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରାବଣ ମାସର ଦ୍ଵିତୀୟ ସୋମବାର କୋଇଲି ଘୋଘର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଝାରସୁଗୁଡ଼ା ୨୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ କୋଇଲି ଘୋଘରରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଝାରସୁଗୁଡ଼ା ଜିଲ୍ଲା ସହ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ତଥା ପଡ଼ୋଶୀ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ ଆଦି ବିଭିନ୍ନ ସ୍ଥାନ ମାନଙ୍କରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ବଲବମ୍ ଭକ୍ତ ଏବଂ ମାନସିକ ଧାରୀ କୋଇଲି ଘୋଘରକୁ ଆସି ମହେଶ୍ବର ନାଥଙ୍କୁ ଜଳାଭିଷେକ କରିଥିଲେ । ପଞ୍ଚଗାଁ ଜୟ ମହାକାଳ ଆଞ୍ଚଳିକ ଯୁବ ସଂଗଠନ ଏବଂ ଝାରସୁଗୁଡ଼ା କଟାପାଲି (କୁକୁରଜଙ୍ଘା) ଗାଁର ଯୁବଗୋଷ୍ଠୀ ଆସି ସ୍ବେଚ୍ଛାକୃତ ଭାବେ ସମସ୍ତ ଭକ୍ତ ମାନଙ୍କୁ ଖେଚୁଡ଼ି ଏବଂ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ସେହିପରି କୋଇଲି ଘୋଘର ବିକାଶ ପରିଷଦ କମିଟି ଏବଂ ରେଙ୍ଗାଲି ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ ମିଳିତ ଉଦ୍ୟମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା । ଏହା ସହିତ ଅହୀରା ନାଳାରେ ପ୍ରଖର ବଢି ପାଣି ଆସୁଥିବା ଯୋଗୁଁ ଜଳପ୍ରପାତର ଚାରିପଟେ ସୁରକ୍ଷା ବାଡ଼ ଦେବା ସହିତ ଜଳପ୍ରପାତର ନିକଟକୁ ନ ଯିବାପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ।

More Stories