Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପାରାୟଣ ମହିଳା ସାମ୍ବାଦିକ ପ୍ରେମାନନ୍ଦ ନାୟକ ଙ୍କ ମାତୃ ବିୟୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ ପ୍ରେମାନନ୍ଦ ନାଏକଙ୍କ ମାତା ପାର୍ବତୀ ନାଏକଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି। ତାଙ୍କୁ ମୃତ୍ୟୁ ସମୟରେ ୬୦ ବର୍ଷ ହୋଇଥିଲା। ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବା ବେଳେ ଗତକାଲି ସଂନ୍ଧ୍ୟା ୭.୩୦ମି ରେ ନିଜ ବାସଭବନରେ ତାଙ୍କର ବିୟୋଗ ଘଟିଥିଲା।ସେ ଜଣେ ଧର୍ମପାରାୟଣ ଓ ମେଳାପୀ ମହିଳା ହୋଇଥିବାରୁ ମୃତ୍ୟୁ ସମୟରେ ଅନେକ ଲୋକଙ୍କ ସମାଗମ ହୋଇଥିଲା।ଗ୍ରାମ ନିକଟସ୍ଥ ମଶାଣିରେ ତାଙ୍କର ଶବ ସତ୍କାର କରାଯାଇଥିଲା। ବଡ଼ପୁଅ ସାମ୍ବାଦିକ ପ୍ରେମାନନ୍ଦ ନାଏକ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଘନଶ୍ୟାମ ନାଏକଙ୍କ ସହ ଗ୍ରାମବାସୀ ଓ ସମ୍ପର୍କିୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ