ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗ ମେଧାବୀ ଛାତ୍ରୀ ବିଶ୍ବରୁପା ସାହୁ ନିଜର ପରିଶ୍ରମ ଅନୁଯାୟୀ ଫଳ ପାଇଛନ୍ତି । ବିଳମ୍ବରେ ହେଲେ ମଧ୍ୟ ସେ ତାଙ୍କର ପ୍ରକୃତ ପୁରସ୍କାର ପାଇଛନ୍ତି । ସଂଶୋଧିତ ପରୀକ୍ଷା ଫଳ ରେ ବିସ୍ୱରୁପା ୫୪୭ ବଦଳରେ ୫୫୭ ମାର୍କ ପାଇ ପାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଶ୍ବରୁପା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ପରୀକ୍ଷା ଫଳ ଦେଖି ବିଶ୍ୱରୁପା ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ବହୁତ ଭଲ ଉତ୍ତର ଲେଖିଛନ୍ତି । ପରୀକ୍ଷାରେ ଭଲ କରିଛନ୍ତି । କିନ୍ତୁ ଫଳ ଏମିତି ହେଲା କିପରି । ସମସ୍ତ ବିଷୟ ମାର୍କ ଦେଖିଲା ବେଳେ ଜାଣିବାକୁ ପାଇଲେ ଜେ ସେ ଇତିହାସ ଇଣ୍ଟର୍ଣାଲ ପରୀକ୍ଷାରେ ୨୦ ମାର୍କ ରୁ ୯ ମାର୍କ ପାଇଛନ୍ତି । ସେ ବିଶ୍ୱାସ କରିପାରିଲେ ନାହଁ । ମନରେ ବହୁତ କଷ୍ଟ ଅନୁଭବ କରିଥିଲେ । ଇତିହାସ ଇଣ୍ଟର୍ଣାଲ ପରୀକ୍ଷାରେ ୨୦ ମାର୍କ ରୁ ୯ ମାର୍କ ପାଇଥିବା ବିଷୟରେ କଲେଜ କର୍ତୃପକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଜଣା ପଡ଼ିଲା ବିଶ୍ଵରୁପା ଇତିହାସ ଇଣ୍ଟର୍ଣାଲ ପରୀକ୍ଷାରେ ୨୦ ମାର୍କ ରୁ ୧୯ ମାର୍କ ପାଇଛନ୍ତି । କିନ୍ତୁ କଲେଜ କତୃପକ୍ଷ ଙ୍କ ଖାମଖିଆଲି ମନୋଭାବ ଭାବ ଓ ଅବହେଳା ଯୋଗୁ ଟେବୁଲେଶନ ରେ ୧୯ ବଦଳରେ ୯ ମାର୍କ ଲେଖି କାଉନସିଲ କୁ ପଠାଇ ଦେଇଛନ୍ତି । ଫଳରେ ବିଶ୍ୱରୂପା ୬୦୦ ମାର୍କ ରୁ ୫୪୭ ମାର୍କ ପାଇ ଟପ୍ ଟେନ୍ ରୁ ବାଦ ପଡ଼ିଯାଇଥିଲେ । ଅଭିଯୋଗ ପରେ କଲେଜ କତୃପକ୍ଷ ନିଜର ଭୁଲ ବୁଝି ସଙ୍ଗେ ସଙ୍ଗେ ସଂଶୋଧିତ ମାର୍କ ଯୁକ୍ତ ଦୁଇ କାଉନସିଲ କୁ ଜଣାଇଥିଲେ । ଫଳରେ ସଂଶୋଧିତ ପରୀକ୍ଷା ଫଳ ରେ ବିଶ୍ଵରୂପା ୫୪୭ ବଦଳରେ ୫୫୭ ମାର୍କ ପାଇ ପ୍ରଥମ ଡିଭିଜନ ରେ ପାସ କରିଛନ୍ତି। ଏନେଇ ବୀରମହାରାଜପୁର କଲେଜ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି ।
ତ୍ରୁଟି ସୁଧାରି ଛାତ୍ରୀ ବିଶ୍ଵରୂପl ର ଯୁକ୍ତ ଦୁଇ ମାର୍କ ବଢ଼ାଇଲେ କଲେଜ କର୍ତ୍ତୃପକ୍ଷ
