Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରଣଯନ୍ତା ପାଲଟିଛି ବିଜାପାଲି ମାରେଡେରା ମୁଖ୍ୟ ରାସ୍ତା ବିପଦ ପୂର୍ଣ୍ଣ ଅବସ୍ଥାରେ ଯାଆଆସ କରୁଛନ୍ତି ଛାତ୍ରଛାତ୍ରୀ

ଝାରସୁଗୁଡ଼ା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ଠାରୁ ମାରେଡେରା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଫଳରେ ସ୍ଥାନୀୟ ଲୋକଙ୍କ ସହ ପଡ଼ୋଶୀ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଗ୍ରାମବାସୀ ମଧ୍ୟ ଏହା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି ।
ସୂଚନା ମତେ ବିଜାପାଲି ଗାଁର ବଡ଼ କଁଟା (ବନ୍ଧ) ଠାରୁ ମାରେଡେରା ଗାଁ ଦେଇ ପ୍ରାୟ ୧ କି.ମି ରୁ ଅଧିକ ହେବ କଚ୍ଚା ରାସ୍ତାଟି ମହାସିଂ ମଚିଦା ଆରଡ଼ି ରାସ୍ତାକୁ ସଂଯୋଗ କରୁଛି । ଦୀର୍ଘ ଦିନରୁ ଏହି ରାସ୍ତାର ଉନ୍ନତି କରଣ ନିମନ୍ତେ ସରକାରୀ ସ୍ତରରେ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ବର୍ଷା ଯୋଗୁଁ ରାସ୍ତା ସାରା ଗର୍ତ୍ତ ଓ କାଦୁଅ ଯୋଗୁଁ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି । ଏହି ରାସ୍ତା ଦେଇ ମହିମା ଜୁନିୟର ଓ ଡିଗ୍ରୀ କଲେଜ, ପଞ୍ଚଗାଁ ସରସ୍ବତୀ ଶିଶୁ ମନ୍ଦିର,ଦେବକିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ,ପଞ୍ଚସଖା ୟୁପି ସ୍କୁଲ ଆଦି ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଯାଉଥିବା ବେଳେ ଟେଙ୍ଗେନାମାଳ, ଯୋଗୀଢିପା, କନ୍ଦଡ଼ିହି, ଇନ୍ଦ୍ରପୁର, ବାଞ୍ଜିପାଲି, ବାସେନପାଲି(କ), ସୁଖାଡିହି ଏବଂ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବର୍ତ୍ତି ଜୁଳୁମବାହାଲ, ଝାର କୁସୁମେଲ, ଲମ୍ବେଇ ବାହାଲ,ବୁଦୁଲା ଆଦି ଗାଁର ଜନ ସାଧାରଣ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେଣୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ନିମନ୍ତେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ