Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ହେପାଟାଇଟିସ ଦିବସ ୨୦୨୫ –ଆସନ୍ତୁ ହେପାଟାଇଟିସ ସମ୍ବନ୍ଧେ କିଛି ଶିଖିବା, କଣ କହୁଛନ୍ତି ଡାକ୍ତର ରୋହନ

ଚିପିଲିମା,୨୮/୭ ପ୍ରତିବର୍ଷ, ବିଶ୍ୱ ହେପାଟାଇଟିସ୍ ଦିବସ ୨୮ ଜୁଲାଇରେ ପାଳନ କରାଯାଏ ଯାହା ଭାଇରାଲ୍ ହେପାଟାଇଟିସ୍, A, B, C, D ଏବଂ ଭାବରେ ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ଯାହା ବିଶ୍ୱବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ଇତି ମଧ୍ୟରୁ ଭାରତ ୧୦% ଶତକଡା ଭାର ନେଇଥାଏ।
ଏହି ଦିବସ ଡକ୍ଟର ବାରୁଚ୍ ବ୍ଲମବର୍ଗଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ, ଯିଏ ହେପାଟାଇଟିସ୍ B ଭାଇରସ୍ ଆବିଷ୍କାର କରିଥିଲେ ଏବଂ ଏହାର ରୋଗ ନିର୍ଣ୍ଣୟାତ୍ମକ ପରୀକ୍ଷା(Diagnostic test) ଏବଂ ଟୀକା ବିକଶିତ(vaccine) କରିଥିଲେ।ହେପାଟାଇଟିସ୍, ବିଶେଷକରି ହେପାଟାଇଟିସ୍ ବି ଏବଂ ସି, ଦୀର୍ଘକାଳୀନ ଯକୃତ ପ୍ରଦାହ ସୃଷ୍ଟି କରେ, ଯାହା ଚିକିତ୍ସା ନ କଲେ ସିରୋସିସ୍, ଯକୃତ ବିଫଳତା କିମ୍ବା ଯକୃତ କର୍କଟ ରୋଗର କାରଣ ହୋଇପାରେ। ଭାରତ ଏବଂ ସାରା ବିଶ୍ୱରେ ଭାଇରାଲ୍ ହେପାଟାଇଟିସ୍‌ର ବୋଝ କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ, ବିଶ୍ୱ ହେପାଟାଇଟିସ୍ ଦିବସ ୨୦୨୫ ଶିକ୍ଷା, ସ୍କ୍ରିନିଂ ଏବଂ ଏହା ଉପରେ କାମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମରଣକାରୀ ଭାବରେ କାର୍ଯ୍ୟ କରେ, କାରଣ ହେପାଟାଇଟିସ୍ ପ୍ରତିରୋଧଯୋଗ୍ୟ ଏବଂ ଚିକିତ୍ସାଯୋଗ୍ୟ।
୨୦୨୫ର ବିଷୟବସ୍ତୁ, “ହେପାଟାଇଟିସ୍: ଆସନ୍ତୁ ଏହାକୁ ଭାଙ୍ଗିବା,”[ଲେଟ୍ସ ବ୍ରେକ ଇଟ ଡାଉନ୍] ହେପାଟାଇଟିସ୍ ଏବଂ ଯକୃତ କର୍କଟ ବିରୁଦ୍ଧରେ ଲଢ଼େଇରେ ସାଜୁ ଥିବା ଆର୍ଥିକ, ସାମାଜିକ ଲାଞ୍ଛନା ଏବଂ ପଦ୍ଧତିଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରେ।
କ) ହେପାଟାଇଟିସ ର ସାଧାରଣ ଲକ୍ଷଣ ଗୁଡ଼ିକ କଣ ହେଇପାରେ?
ଦୀର୍ଘକାଳୀନ ହେପାଟାଇଟିସ୍ B ଏବଂ C ପ୍ରାୟତଃ ନୀରବରେ ଅଗ୍ରଗତି କରେ, ଯକୃତର ଗମ୍ଭୀର କ୍ଷତି ଏବଂ କର୍କଟ ରୋଗ ସୃଷ୍ଟି କରେ। ସାଧାରଣ ଲକ୍ଷଣ ଗୁଡ଼ିକ ଜ୍ଵର, ଥକାପଣ, ଖାଦ୍ୟ ପ୍ରତି ଅରୁଚି, କାମଳ ପଡ଼ିବା, ପିକା ମଳ ଆଦି।
ଖ)ଏହା କେମତି ସଂକ୍ରମିତ ହୋଇଥାଏ?
ଗର୍ଭବତୀ ମା ଠୁ ଶିଶୁ(ପେରୀନଟାଲ ସଂକ୍ରମଣ), ହେପାଟାଇଟିସ ଛୁଞ୍ଚି କାଠି ରେ ଆଘାତ, ସଂକ୍ରମିତ ଗୁଡାଇବା, ରକ୍ତ, ସୁଞ୍ଚି ବ୍ୟବହାର(ନିଶା ଇଞ୍ଜେକସନ ନେଉଥିବା ସମୟରେ, ଦୂଷିତ ଛୁଞ୍ଚି), ଏକାଧିକ ଯୌନ ସମ୍ପର୍କ ରଖିବା ଏଥିରେ , Hep-B ମୁଖ୍ୟତଃ ସଂକ୍ରମଣ ହୁଏ।
ଅନ୍ୟପକ୍ଷରେ, Hep-A ,C (Feco -oral) ଦୂଷିତ ଖାଦ୍ୟ ଖାଇବା ଦ୍ଵାରା, କିମ୍ବା ମଲ ଯଦି ପିଇବା ପାଣି ସଂସ୍ପର୍ଷ ରେ ଆସିଲା, କିମ୍ବା ମାଛି ଦ୍ଵାରା ଖାଇବା ବସ୍ତୁ, ଦୂଷିତ ହେଲା ଓ ସେଟା କୁ ଜଣେ ସୁସ୍ଥ ବ୍ୟକ୍ତି ଗ୍ରହଣ କରିଲେ ତେବେ ହେପାଟାଇଟିସ ହେବାର ସମ୍ଭାବନା ରହିଛି।
ଗ) ଗୋଟିଏ ରୋଗୀ କେମିତି ଜାଣି ପାରିବ ଯେ ସିଏ ହେପାଟାଇଟିସ ରୋଗରେ ଆକ୍ରାନ୍ତ ହୋଇଛି?
ହେପାଟାଇଟିସ ର ସ୍କ୍ରିନିଂ ପରୀକ୍ଷା, ମାଗଣା ରେ ସରକାରୀ ଡାକ୍ତରଖାନା ରେ ଉପଲବ୍ଧ। Hep-b Surface antigen ଟେଷ୍ଟ ଦ୍ଵାରା ଆମେ ସ୍କ୍ରିନ କରିପାରିବା, ଓ Liver function test[LFT], HBV DNA ଆଦି ଟେଷ୍ଟ କରି viral load ଓ ଲିଭର୍ ଦ୍ୟାମେଜ ଆଙ୍କଳନ କରିପାରିବା।
ଘ)ହେପାଟାଇଟିସ ପୋଷ୍ଟିଭ ମା ଠୁ ଛୁଆ ସଂକ୍ରମଣ କୁ କେମେତି ରୋକିବା?
ପ୍ରତି ନବ ଜାତ ଶିଶୁ ଙ୍କୁ Hep -B (Birth Dose) ଦିଆକରାଇବା ଓ ତା ସଙ୍ଗେ ଆମେ immunoglobulin ମଧ୍ୟ ଦେବା, ଯାହା କି ଆମ VIMSAR ରେ ମାଗଣା ରେ ଉପଲବ୍ଧ।
ପରେ ୬,୧୦,୧୪ ସପ୍ତାହ ବୟସ ରେ ଶିଶୁ କୁ ପରବର୍ତ୍ତୀ Dose ଦିଆକରାଇବା।
ୱ) ରକ୍ତ ସିକୁଲି, ଥାଲାସେମିଆ, ଆଦି ରେ ହେପ- ଏ ଟୀକା ନେଇ ହେବ କି?
ହଁ, ନବା କଥା, କିନ୍ତୁ ସରକାରୀ ସ୍ତର ରେ କମ୍ ଷ୍ଟକ୍ ଥିବା ପାଇଁ ଅନେକ ଥାଲାସେମିଆ ଓ ଅନ୍ୟ ରୋଗୀ ହଇରାଣ ହେଉଛନ୍ତି।
ସରକାର, ଆଗାମୀ ଦିନରେ ଯଦି , ସବୁ ଅପ୍ସନାଲ ଟୀକା ଗୁଡ଼ିକ ମାଗଣା କରିଦେଲେ, ଅନେକ ସିକଲ ସେଲ ରୋଗୀ ଉପକୃତ ହେବେ।
ଚ) କଣ ଆଜି ଭି ହେପାଟାଇଟିସ ରୋଗ ଏକ ସାମାଜିକ ଲାଞ୍ଛନା ହୋଇ ରହିଛି, ତାକୁ କେମିତି ଦୂର କରିପାରିବା?
ସୋସିଆଲ ସ୍ତିଗ୍ମା (social stigma) କୁ ସ୍ବାସ୍ଥ୍ୟ ଶିକ୍ଷା ଦେଇ ଭାଙ୍ଗି ହେବ, ଓ ଏହା ହିଁ ଏକ ମାତ୍ର ଉପାୟ, ଲୋକ ସଚେତନ ହେଲେ ବହୁତ୍ ଗୁଡେ ରୋଗ ର ଉପଚାର ସୁରୁଖୁର୍ ରେ ହେଇପାରିବ ଓ ୨୦୩୦ ସୁଦ୍ଧା ହେପାଟାଇଟିସ୍‌କୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦ ଭାବରେ ଦୂର କରିପାରିବା।
ରିପୋର୍ଟ ଡା. ରୋହନ କୁମାର ନାୟକ
ଜୁନିଅର୍ ରେସିଡେଣ୍ଟ, କମ୍ୟୁନିଟି ମେଡିସିନ ବିଭାଗ , ଭିମାସର୍ ବୁର୍ଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ