ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ ପାଇଁ ରବିବାର ଦିନ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସକାଳୁ ଗ୍ରାମର ସମସ୍ତ ମନ୍ଦିର ରେ ପୂଜାର୍ଚ୍ଚନା ପରେ ସବୁ ଦେବଦେବୀ ଙ୍କ ଠାରୁ ଆଜ୍ଞାମାଳ ଆଣି ଗ୍ରାମର ରଘୁନାଥ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ପୂଜକ ଭାବେ ପ୍ରଦୀପ ରଥ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ଆୟୋଜକ ସଭାପତି ଅରବିନ୍ଦ ସାହୁ ଓ ସମ୍ପାଦକ ବିକ୍ରମ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରିତିକ , ସଞ୍ଜୟ , ଆଶିଷ , ଅଶୋକ , ଆକାଶ , ବିକାଶ , ସାଗର , ସୌମ୍ୟ ରଞ୍ଜନ , ଶ୍ରୀକାନ୍ତ , ଦେବାଶିଷ , ସୁନୀଲ , ସୁରେନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ନୂଆଁଖାଇ ଦିନ ଅପରାହ୍ନରେ ଏହି ଭେଟଘାଟ କାର୍ଯ୍ୟକ୍ରମ ହେବ। ଏହି ଅବସରରେ ପ୍ରଥମେ ଏକ ସାଧାରଣ ସଭା ହେବାକୁ ଥିବା ବେଳେ ପରେ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର କରାଯିବ ବୋଲି ଆୟୋଜକ ସଭାପତି ଅରବିନ୍ଦ ସାହୁ ସୂଚନା ଦେଇଛନ୍ତି l
ନୁଆଁଖାଇ ଭେଟଘାଟ ପାଇଁ ମୁର୍ଷୁଣ୍ଢୀ ରେ ଶୁଭସ୍ତମ୍ଭ ସ୍ଥାପିତ
