ହେରା ଫେରିର ସିକ୍ୱେଲକୁ ନେଇ ଆସିଲା ନୂଆ ଅପଡେଟ


ମୁମ୍ବାଇ: ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ ହେରା ଫେରିର ସିକ୍ୱେଲ ଆସିବାକୁ ଯାଉଛି। ଯାହାକୁ ନେଇ ଏହାର ପ୍ରଶଂସକ ମାନେ ଉତ୍ସାହିତ ରହିବା ସହ ଆଗ୍ରହ ର ସହ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ବସିଛନ୍ତି। ଏଥିରେ ଅକ୍ଷୟ କୁମାର ସମେତ ଅନେକ କଳାକାର କାମ କରିଥିଲେ।

ତେବେ ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହି ଫିଲ୍ମ ବିଷୟରେ ଅନେକ କିଛି ଅପଡେଟ୍ ଦେଇଛନ୍ତି। ବର୍ଷ ଆରମ୍ଭ ରେ ହିଁ ପରେଶ ରାୱଲ ‘ହେରା ଫେରି ୩’ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ ଯାହା ପରେ ଅକ୍ଷୟ କୁମାର ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତେବେ ଅନେକ ଦିନର ବାଦ ବିବାଦ ପରେ ପରେଶ ରାୱଲ ଫିଲ୍ମରେ କାମ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏକ ସାକ୍ଷାତକାର ପରେଶ ରାୱଲଙ୍କ ସମ୍ପର୍କରେ ଘଟିଥିବା ବିବାଦ ଏକ ଷ୍ଟଣ୍ଟ ଥିଲା କି ବୋଲି ପଚରା ଯାଇଥିଲା ଅକ୍ଷୟ କୁମାର ଙ୍କୁ।

ଯାହାକୁ ନେଇ ଅକ୍ଷୟ କହିଥିଲେ ଯେ ଏହା କୌଣସି ଷ୍ଟଣ୍ଟ ନଥିଲା ଓ ସମସ୍ତ କାର୍ଯ୍ୟ ଆଇନଗତ ଭାବରେ କରାଯାଇଥିଲା।ପରେ ଅକ୍ଷୟ କୁମାର ପ୍ରଶଂସକମାନଙ୍କୁ ଏହ ମଧ୍ୟ କହିଥିଲେ ଯେ ବର୍ତ୍ତମାନ୍ ସବୁ କିଛି ଠିକ୍ ଅଛି ଓ ସମସ୍ତେ ଏକାଠି ହୋଇ କାମ କରୁଛନ୍ତି। ଏଥି ସହିତ ସୁନୀଲ ସେଟ୍ଟୀ ମଧ୍ୟ ଏହି କଥା କୁ ସୁନିଶ୍ଚିତ କରିଛନ୍ତି।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।