ବୀରମହାରାଜପୁର : (ସୌମିତ୍ରି ମେହେର)
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ, ବୀରମହାରାଜପୁର ଠାରେ ଆସନ୍ତା ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ୍ ପାଳନ କରାଯିବ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରନ୍ତି ସମଗ୍ର ପଶ୍ଚିମ ଓଡ଼ିଶାବାସୀ । ତେଣୁ ଏହିଦିନ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ସମ୍ବଲପୁରୀ ପୋଷାକ ପରିଧାନ ସହ ଦିବସ ବ୍ୟାପୀ ସମ୍ବଲପୁରୀ କବିତା ଆସର ଓ ଆଲୋଚନା ଚକ୍ର ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରା ଯାଇଥିବା ପ୍ରକାଶ । ପୁନଶ୍ଚ ଆସନ୍ତା ଅଗଷ୍ଟ ୨ତାରିଖରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରା ଯିବାର ବ୍ୟବସ୍ଥା କରା ଯାଇ ଥିବାରୁ ସେ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଥିବା ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ନୂଆଁ ଖାଇ ଭେଟ୍ଘାଟ୍ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଲୋଚନା ରେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡା , ଉପ ସଭାପତି ସୌମିତ୍ରି ମେହେର , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ଭୂଷଣ କୁମାର ପାତ୍ର , କୋଷାଧ୍ୟକ୍ଷ ଦୟାନିଧି ହୋତା , ଅକ୍ରୂ9ର ଦନ୍ତା , ନାରାୟଣ ପ୍ରସାଦ ନାୟକ , ଜୀତେନ୍ଦ୍ର ପ୍ରଧାନ , ସତ୍ୟ ନାରାୟଣ ନାୟକ , ଚନ୍ଦ୍ର କୁମାର ବିଶି , ନରେନ୍ଦ୍ର ମହାନନ୍ଦ , ଦିଲ୍ଲିପ କୁମାର ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ
