Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NASA-ISROର ନିସାର ମିଶନ ଆଜି ହେବ ଲଞ୍ଚ

ନୂଆଦିଲ୍ଲୀ: NASA-ISRO ବୁଧବାର ଦିନ ସନ୍ଧ୍ୟା ୫.୪୦ ସମୟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ISRO ର GSLV- ଏଫ୍ ୧୬ ରକେଟ୍ ସିନ୍ଥେଟିକ୍ ଆପର୍ଚର ରାଡାର (NISAR) ସହିତ ଉଡ଼ାଣ ଭରିବ। ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ପୋଲାର କକ୍ଷପଥରେ ସ୍ଥାପନ କରିବ। ଏହି ମହତ୍ୱାକାଂକ୍ଷୀ ମିଶନ ପାଇଁ କାଉଣ୍ଟଡାଉନ୍ ମଙ୍ଗଳବାର ଦିନ ୨.୧୦ ରୁ ଆଗାମୀ ୨୭.୩୦ ଘଣ୍ଟା ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା।

ଜିଏସଏଲଭି – ଏଫ୍ ୧୬ NISAR କୁ କକ୍ଷପଥରେ ନେବା ପାଇଁ ଅନ୍ତିମ ପ୍ରସ୍ତୁତି ଚାଲିବା ସହ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଏହି GSLV-F୧୬ ଭାରତର ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ପ୍ରକ୍ଷେପଣ ଯାନର ୧୮ ତମ ଉଡାଣ ହେବା ସହ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହା ୧୦୨ ତମ ଉତକ୍ଷେପଣ ହେବ। କିନ୍ତୁ ଏହା ସୂର୍ଯ୍ୟ-ସମକାଳୀନ ପୋଲାର କକ୍ଷପଥରେ ଯିବାକୁ ଥିବା GSLV ରକେଟର ପ୍ରଥମ ମିଶନ ହୋଇଥିବା ଜଣାପଡ଼ିଛି।

ଇସ୍ରୋ ପୂର୍ବରୁ RESOURCESAT ଏବଂ RISAT ସମେତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରିଥିଲା କିନ୍ତୁ ସେଥିରୁ ସଂଗୃହିତ ତଥ୍ୟ କେବଳ ଭାରତୀୟ କ୍ଷେତ୍ର ପାଇଁ ହିଁ ସୀମିତ ଥିଲା। ୨୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ NISAR ପୃଥିବୀ ପର୍ଯ୍ୟବେକ୍ଷଣର ଏକ ଉପଗ୍ରହ ଅଟେ ଯାହାକି ଏକ ସେଣ୍ଟିମିଟର ପର୍ଯ୍ୟନ୍ତ ସଠିକ ଫଟୋଗ୍ରାଫ୍ ନେବା ଏବଂ ପଠାଇବାରେ ସକ୍ଷମ ଅଟେ। ପ୍ରଥମ ଥର ପାଇଁ ଇସ୍ରୋ ଏବଂ ନାସା ମିଳିତ ଭାବରେ ଏକ ଉପଗ୍ରହ ଉତ୍ କ୍ଷେପଣ କରୁଛନ୍ତି ଯାହା ସମଗ୍ର ପୃଥିବୀ ଉପରେ ନଜର ରଖିବାରେ ସକ୍ଷମ ହୋଇପାରିବ।

ଏଥିସହିତ NISAR ପ୍ରତି ୧୨ ଦିନରେ ସମଗ୍ର ପୃଥିବୀର ଭୂମି ଏବଂ ବରଫ ପୃଷ୍ଠକୁ ମଧ୍ୟ ସ୍କାନ କରିବା ସହ ଫଟୋ ମଧ୍ୟ ପଠାଇପାରିବ। ଏଥିରେ ନାସା ଦ୍ୱାରା ବିକଶିତ L-ବ୍ୟାଣ୍ଡ ଏବଂ ଇସ୍ରୋ ଦ୍ୱାରା ତିଆରି ହୋଇଥିବା S-ବ୍ୟାଣ୍ଡ ରାଡାର ଲାଗିଛି।ତେବେ ଏହି ପ୍ରଯୁକ୍ତିବିଦ୍ୟା ଭୂମିକମ୍ପ, ସୁନାମି, ଜ୍ୱାଳାମୁଖୀ ଉଦ୍ଗିରଣ, ଭୂସ୍ଖଳନ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରକୃତ ସମୟରେ ନଜର ରଖିବାରେ ସାହାଯ୍ୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ