ରେକର୍ଡ କରୁଛି ‘ସାୟାରା’; ବିଶ୍ୱବ୍ୟାପୀ ୪୦୦ କୋଟି ପାର୍


ମୁମ୍ବାଇ: ନବାଗତ କଳାକାର ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୀତ “ସାୟାରା” ବକ୍ସ ଅଫିସରେ ଇତିହାସ ରଚିଛି। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏବେ ଭାରତୀୟ ସିନେମାର ସର୍ବାଧିକ ଆୟକାରୀ ପ୍ରେମ କାହାଣୀରେ ପରିଣତ ହୋଇଛି। କାରଣ ଏହା ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୪୦୦ କୋଟି ଟଙ୍କା ଅତିକ୍ରମ କରିଛି।

ଏହି ସିନେମାଟି ଭାରତରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି ଏବଂ ଏପର୍ଯ୍ୟନ୍ତ ୨୬୦.୨୫ କୋଟି ଟଙ୍କା ରୋଜଗାର କରିଛି।ସାୟାରା, କବିର ସିଂହ ଫିଲ୍ମକୁ ପଛରେ ପକାଇ ଭାରତରେ ସର୍ବାଧିକ ଆୟକାରୀ ପ୍ରେମ କାହାଣୀରେ ପରିଣତ ହୋଇଛି। ଶାହିଦ କପୁର ଏବଂ କିୟାରା ଆଡଭାନୀଙ୍କ ଅଭିନୀତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମଟି ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଯାହା ସାରା ବିଶ୍ୱରେ ୩୮୭ କୋଟି ଟଙ୍କା ରୋଜଗାର କରିଥିଲା। ମୋହିତ ସୁରୀଙ୍କ ଫିଲ୍ମ ଏହି ରେକର୍ଡ କରିବାକୁ ମାତ୍ର ୧୧ ଦିନ ସମୟ ନେଇଥିଲା।ଯେତେବେଳେ କି କବୀର ସିଂହ ପ୍ରାୟ ୧୦ ସପ୍ତାହରେ ଏହି ରେକର୍ଡ କରିଥିଲା।

ତେବେ ଏହି ଫିଲ୍ମ ଏପର୍ଯ୍ୟନ୍ତ ଜାଟ୍, କେଶରୀ ଚାପ୍ଟର 2, କେଶରୀ ବୀର, ହାଉସଫୁଲ 5 ଏବଂ ରେଡ୍ 2 ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।