ବୀରମହାରାଜପୁର : (ସୌମିତ୍ରି ମେହେର) ବୁଧବାର ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଧର୍ମ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ବୈଠକ ରେ ଆସ ସ୍କୁଲ ଯିବା ଅଭିଯାନ, ମା ଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ , ସ୍ୱଚ୍ଛତା ପକ୍ଷ ପାଳନ , ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ , ଛାତ୍ରମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ, ନୂତନ ପରିଚାଳନା କମିଟି ଗଠନ ବିଷୟ ରେ ଆଲୋଚନା ହୋଇଥିଲା l ସମସ୍ତ ଅଭିଭାବକ ଆଲୋଚନା ରେ ଅଂଶଗ୍ରହଣ ପୂର୍ବକ ସୁଚିନ୍ତିତ ମତାମତ ଦେଇଥିଲେ l ବହୁସଂଖ୍ୟା ରେ ଅଭିଭାବକ /ଅଭିଭାବିକା ଉପସ୍ଥିତ ଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ଶିକ୍ଷକ ବୈକୁଣ୍ଠ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକ ସମ୍ମିଳନୀ
