Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ଙ୍କ ବେପରୁଆ କlର ଚାଳନା ଯୋଗୁଁ ଘଟିଲା ଦୁର୍ଘଟଣା

ବୀରମହାରାଜପୁର : (ସୌମିତ୍ରି ମେହେର):
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ସ୍ବପ୍ନେଶ୍ବର ବେହେରାଙ୍କ ବେପରଓ୍ଵା କାର୍ ଚାଳନା ଯୋଗୁଁ ଏକ ଦୁର୍ଘଟଣା ଘଟି ଯାଇଛି ।ପ୍ରାପ୍ତ ଖବର ତଥା ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ଠାରୁ ପ୍ରକାଶ ଯେ ମଙ୍ଗଳବାର ରାତି ପ୍ରାୟ ଘ୧୦-୧୫ ମିନିଟ୍‌ ସମୟରେ ଡାକ୍ତର ବେହେରା ନିଜର କାର ନମ୍ବର ଓଡି ୦୨ଏସ୍ ୬୬୬୭ ଦ୍ରୁତ ବେଗରେ ଚାଳନା କରି ବୀରମହାରାଜପୁର ଛକ ପଟୁ ଡାକ୍ତରଖାନା ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ତ୍ରିବେଣୀ ଛକ ପାଖରେ ଟାଉନ୍ ହଲ୍ ସମ୍ମୁଖରେ ଏକ ସିମେଣ୍ଟ ଇଲେକ୍ଟ୍ରି ଖମ୍ବ,ଏକ ଜାମୁ ଗଛ, ରୋହିତ ହୋତାଙ୍କ ମୋଟର ସାଇକେଲ , ରବିନ୍ ମଲ୍ଲିକ୍‌ଙ୍କ ଚା ଦୋକାନ ଖମ୍ବ ତଥା ଏକ ଲୁହା ବେଞ୍ଚ‌୍‌ରେ ବାଡ଼େଇ ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଇଲେକ୍ଟ୍ରି ଖମ୍ବ ଭାଙ୍ଗି ଗଛର ବକଳ ଛାଡ଼ି ଯାଇଥିଲା ଓ ଚା ଦୋକାନ ସମ୍ମୁଖରେ ଥିବା ଖମ୍ବ ଭାଙ୍ଗିଥିବା ବେଳେ ମୋଟର ସାଇକେଲର ଅଂଶ ବିଶେଷ ଚୁର୍‌ମାର୍ ହୋଇ ଯାଇଥିଲା । ବେଞ୍ଚ ଉପରେ ଶୋଇଥିବା ଥନାପତି ଭେରାଇଟି ଷ୍ଟୋର୍‌ର ମାଲିକ ଅମୟ ଥନାପତି ତଳେ ଛିଟିକି ପଡ଼ି ଖଣ୍ଡିଆ ଖାବରା ହୋଇ ଯାଇଥିଲେ । ଡାକ୍ତରଙ୍କ ନିଜ କାର୍‌ର ସମ୍ମୁଖ ପଟ ଭାଙ୍ଗି ଖଣ୍ତ ଖଣ୍ଡ ହୋଇ ତଳେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ଦୁର୍ଘଟଣା ସ୍ଥଳରେ ଥିବା ଲୋକେ ଉତ୍ୟକ୍ତ ହୋଇ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ l ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ଘୂରି ବୁଲୁଛି ।ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ୟା ସମାଧାନ କରିଥିଲେ । ଏ ସଂକ୍ରାନ୍ତରେ ଥାନାରେ କୌଣସି ମାମଲା ରଜ୍ଜୁ ହୋଇ ନଥିବା ପ୍ରକାଶ । ବୁଧବାର ଭାଙ୍ଗି ଯାଇଥିବା ଇଲେକ୍ଟ୍ରି ଖୁମ୍ଵକୁ ସଂପୃକ୍ତ ବିଭାଗ ତରଫରୁ ବଦଳା ଯାଉଥିବା ଦେଖିବାକୁମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ