ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ୟୋଗାଳୟ ଠାରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ସନ୍ନ୍ୟାସୀ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସ ୧ ତାରିଖରେ ହେବାକୁ ଥିବା ସମ୍ବଲପୁରୀ ଦିନ୍ ପାଳନ କରିବା ପାଇଁ ଆଲୋଚନା କରା ଯାଇଥିଲା । ଏହିଦିନ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ଯୋଗାଳୟରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆ ଯାଇଥିଲା । ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ତଥା ପ୍ରଚାର ପ୍ରସାର ପାଇଁ ଆନନ୍ଦ ଉଲ୍ଲାସର ସହିତ ଏହି ଦିନକୁ ପାଳନ କରିବାକୁ ସିଦ୍ଧାନ୍ତ ଗ୍ରହଣ କରା ଯାଇଛି ।ଆଲୋଚନା ରେ ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ରାଜେନ୍ଦ୍ର ରଥ , ରାଜେଶ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ମହାକୁର , ହିମାଂଶୁ ସାହୁ, ଶଙ୍କର ମେହେର , ଲବ ମେହେର , ସୁରେଶ ମେହେର,ସୁଦାମ ଖଣ୍ଡଗିରୀ, ଗୋପୀନାଥ ଚାନ୍ଦ, କ୍ୟାପଟେନ୍ ସୂର୍ଯ୍ୟ ନାରାୟଣ ପଣ୍ଡା , ଶମ୍ଭୁ ଭୂଷଣ ମେହେର,ଜୟ କୁମାର ତ୍ରିପାଠୀ, ଜଗଦୀଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ
