Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସାଂସ୍କୃତିକ ସଂସଦ ତରଫରୁ ନୂତନ ଉପଜିଲ୍ଲାପାଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୀରମହାରାଜପୁର ସାଂସ୍କୃତିକ ସଂସଦ ତରଫରୁ ନିଜସ୍ଵ କାର୍ଯ୍ୟଳୟ ମୈତ୍ରୀ ସଦନ ଠାରେ ନୂତନ ଉପ ଜିଲ୍ଲାପାଳ ତଥା ସଂସଦର ସ୍ଥାୟୀ ସଭାପତି ସୁରେନ୍ଦ୍ର ମେହେରଙ୍କୁ ଅନୁଷ୍ଠାନ ତରଫରୁ ବୁଧବାର ସନ୍ଧ୍ୟା ୬ଟାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୀରମହାରାଜପୁର ସାଂସ୍କୃତିକ ସଂସଦର କାର୍ଯ୍ୟକାରୀ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବାଗତ ସମ୍ବର୍ଦ୍ଧନା ପର୍ବ ରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ , ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀ , ଅନୁଷ୍ଠାନର ସାଧାରଣ ସମ୍ପାଦକ ଭୂଷଣ କୁମାର ପାତ୍ର , ବରିଷ୍ଠ ଉପଦେଷ୍ଟା ଡ଼ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ମଞ୍ଚାସିନ ଥିଲେ । ବୀରମହାରାଜପୁର ଅଞ୍ଚଳ ହେଉଛି ସାଂସ୍କୃତିକ ନାଭିକେନ୍ଦ୍ର । ଏଠାକାର କୋଟସମଲାଇ ଠାରେ ଜଗତର ନାଥ ଜଗନ୍ନାଥ ୧୪୪ ବର୍ଷ ଧରି ପାତାଳୀ ହୋଇ ରହିଥିଲେ। ଏଠାରେ ସନ୍ଥକବି ଭୀମଭୋଇ ଜନ୍ମ ଗ୍ରହଣ କରିଥିଲେ l ସିଦ୍ଧ ସାଭଧକ ଚନ୍ଦ୍ର ମଣି ଦାସ ସିଦ୍ଧି ପ୍ରାପ୍ତି ପାଇଥିଲେ । କଳା କ୍ଷେତ୍ରରେ ବିଶିଷ୍ଟ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର , ନୀଳ ମାଧବ ପଣ୍ଡା ପ୍ରମୁଖ ସାରା ବିଶ୍ବରେ ଅଞ୍ଚଳର ଗାରିମା କୁ ଗୈାରବାନ୍ବିତ କରିଛନ୍ତି ବୋଲି ବକ୍ତା ମାନେ ସ୍ବାଗତ ସମ୍ବର୍ଦ୍ଧନା ବେଳେ କହିଥିଲେ। ଉପଜିଲ୍ଲାପାଳ ତାଙ୍କ ସମ୍ବର୍ଦ୍ଧନା ବାର୍ତ୍ତାରେ ବୀରମହାରାଜପୁର ଏକାଧାରରେ ଏକ ବୀରମାଟି,ଏଠାରୁ ପ୍ରଜା ଆନ୍ଦୋଳନ ହୋଇଥିଲା, ଏଠାକାର ସାଂସ୍କୃତିକ ଐତିହ୍ୟ ଓ ବିଶେଷ ଭାବରେ ଏଠାକାର ବାନ୍ଧ କଳା ସାରା ଦେଶ ଓ ଦେଶ ବାହାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ଏଣୁ ସମସ୍ତଙ୍କ ମିଳିତ ସହଯୋଗରେ ଏଠାରେ ଲୋକ ମହୋତ୍ସବ ମାଲେଶ୍ରୀ ସହିତ ଅଞ୍ଚଳର ସମସ୍ତ ସାଂସ୍କୃତିକ ଓ ଐତିହ୍ୟକୁ ରୁଦ୍ଧିମନ୍ତ କରାଯାଇ ପାରିବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ବାଗତ କରିଥିଲେ ଅନୁଷ୍ଠାନର କାର୍ଯ୍ୟ କାରୀ ସଭାପତି ସ୍ବୟମ୍ଭୂନାଥ ଖଣ୍ଡଗିରୀ । ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ଼ ଦ୍ବିତୀକୃଷ୍ଣ ପଣ୍ଡା, ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ପାଢ଼ୀ , ଅକ୍ଷୟ କୁମାର ରାଏ , ବରିଷ୍ଠ ସାମ୍ବାଦିକ କିଶୋର କୁମାର ହୋତା , ଅଧ୍ୟାପିକା ସନ୍ତୋଷିନି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିଲେ ଲକ୍ଷ୍ମୀ ନାରାୟଣ ସାହୁ। ଶେଷରେ ଅନୁଷ୍ଠାନର ସମାଜ ମଙ୍ଗଳ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ମୋନାଲିସା ନନ୍ଦ। ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଅଜିତ କୁମାର ମିର୍ଦ୍ଧା , ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗୋପିନାଥ ମହାକୁର , ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ଆଇନଜୀବୀ ପ୍ରଦିପ କୁମାର ମିଶ୍ର , ନାରାୟଣ ଦେହୁରୀ, ପ୍ରତିଷ୍ଠାତା କାର୍ଯ୍ୟ କାରୀସଭାପତି ବରିଷ୍ଠ ସାମ୍ବାଦିକ ସୌମିତ୍ରି ମେହେର, ଅନୁଷ୍ଠାନର କୋଷାଧ୍ୟକ୍ଷ ଦୟାନିଧି ହୋତା, ବରିଷ୍ଠ ନାଗରିକ ସଙ୍ଗଠନର ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ବାସୁଦେବ ପଣ୍ଡା ଓ ସୁଧିର ବିଶ୍ବାଳ, ଶିକ୍ଷକ ମେଘନାଦ ଭୋଇ , ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ବଳରାମ କାଣ୍ଡ ଓ ସହସମ୍ପାଦକ ଅଯତ୍ନ କଲତା , ପ୍ରତିଷ୍ଠାତା କୋଷାଧ୍ୟକ୍ଷ ଧୀରେନ୍ଦ୍ର ବାଘ , ପ୍ରତିଷ୍ଠାତା ସଦସ୍ୟ କଲ୍ଲୋଳ ମିଶ୍ର ଙ୍କ ସମେତ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ୍ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ