କଳାହାଣ୍ଡି, ୩୧/୦୭
(ଜଗନ୍ନାଥ ନାଏକ) : ଆଜି ଜଣେ ସ୍ୱେଚ୍ଛାକୃତ ରକ୍ତଦାତା ମନୋରଞ୍ଜନ ସେଣ୍ଡ ଜଣେ ରୋଗୀଙ୍କ ଉଦ୍ଧେଶ୍ୟରେ ଷାଠିଏ (୬୦) ନମ୍ବର ଥର ପାଇଁ ଅଗ୍ରୱାଲ ନର୍ସିଂ ହୋମ ଜୁନାଗଡ଼ ଠାରେ ରକ୍ତ ଦାନ କରିଛନ୍ତି । ତାଙ୍କ ଘର ବାଲେଶ୍ବର ହୋଇଥିବା ବେଳେ ସେ ୨୦୧୧ ମସିହା ଠାରୁ ଜୁନାଗଡ଼ ବ୍ରାହ୍ମଣୀଗୁଡ଼ା ହାଇସ୍କୁଲ ରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ତଥା ସେ ଜଣେ ଉକ୍ତ ବିଦ୍ୟାଳୟ ରେ ତାଲିମ ପ୍ରାପ୍ତ ଆସୋସିଏଟ୍ ଏନ୍.ସି.ସି ଅଫିସର୍, ସ୍କାଉଟ ମାଷ୍ଟର । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ୧୯୯୫ ଠାରୁ ରକ୍ତ ଦାନ କରୁଛନ୍ତି ବର୍ତ୍ତମାନ ତାଙ୍କ ବୟସ ୪୭ ହୋଇଥିବା ବେଳେ ସେ ୬୦ ନମ୍ବର ଥର ପାଇଁ ରକ୍ତଦାନ କରିବା ସହ ସେ ଏ ପର୍ଯ୍ୟନ୍ତ ଦୁଇଶହ ବୃକ୍ଷ ରୋପଣ କରି ବୃକ୍ଷ କୁ ବଞ୍ଚେଇ ଥିବା ମଧ୍ୟ ପ୍ରକାଶ କରିଛନ୍ତି । ଗତ କିଛି ବର୍ଷରୁ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ସହିତ ଜଡ଼ିତ ହୋଇ ୩ ମାସ କୁ ଥରେ ନିୟମିତ ଭାବେ ରକ୍ତଦାନ କରୁଥିବା ଓ ଆଜି ଷାଠିଏ ନମ୍ବର ଥର ପାଇଁ ରକ୍ତଦାନ କରିଥିବାରୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗଠନ ର ଜୁନାଗଡ ବ୍ଲକ ସଭାପତି ସ୍ୱାସ୍ତିଦୀପ ଆଦିତ୍ୟଙ୍କ ସହ ସଂଗଠନ ର କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସାହୁ ଏବଂ ଅଗ୍ରୱାଲ ନର୍ସିଂ ହୋମ ରକ୍ତ ଭଣ୍ଡାର କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ।
ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ
