Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ୟାସ୍ ଲିକ୍ ରୁ ନିଆଁଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୁବର୍ଣ୍ଣପୁର: ଗ୍ୟାସ ଲିକ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଘଟିଛି ଅଘଟଣ । ସୁଚନା ଅନୁଯାୟି ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଭିତରେ ଥିବା ଫ୍ରିଜ୍, ଗ୍ରାଇଣ୍ଡର, ଚୁଲା ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।ଗ୍ୟାସ ନିଆଁରେ ଘର ଛାତ ମଧ୍ୟ ଫାଟି ଯାଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି ।ଖବର ପାଇ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି ।