ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଦ୍ଵିତୀୟ ବର୍ଷ ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ଉତ୍ସବ ରେ ନବାଗତ ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପ୍ରଥମେ ସଭା ଗୃହକୁ ସ୍ୱାଗତ କରାଯାଇଥିଲା I ପରେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ବୀରମହରାଜପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିଚାଳନା କମିଟି ର ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ଡ଼ଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରୀ ମାନଂକୁ ବିଭିନ୍ନ ଉପଦେଶ ଦେଇଥିଲେ I କଠିନ ପରିଶ୍ରମ ଏବଂ ଶୃଙ୍ଖଳା ଜଣେ ବିଦ୍ୟାର୍ଥୀ କୁ ସଫଳତା ର ସ୍ୱାଦ ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ I ପରିଚାଳନା କମିଟି ର ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଣଜିତ କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରୀ ମାନଂକର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ I କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟ ରାଣୀ ରାଉତ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ I ଅଧ୍ୟାପିକା ସନ୍ତୋଷିନୀ ନାୟକ ସଭାପରିଚାଳନା କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟପିକା ଗୀତାଞ୍ଜଳି ପଧାନ ଧନ୍ୟବାଦ ଦେଇଥିଲେ l ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ କଲେଜ ସମସ୍ତ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l
ଶୃଙ୍ଖଳା ଓ କଠିଣ ପରିଶ୍ରମ ସଫଳତା ର ଚାବିକାଠି
