ସମ୍ବଲପୁର: ସମ୍ବଲପୁରୀ ଲେଖକ ପରିଷଦ ଆନୁକୁଲ୍ୟରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ମହାସମାରୋହ ରେ ସମ୍ବଲପୁରୀ ଦିନ ପାଳିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ନିରୁପମା ବଡ଼ପଣ୍ଡା, ମୁଖ୍ୟବକ୍ତା ଭାବେ ଡ଼କ୍ଟର ଶ୍ୟାମ ଭୋଇ, ସମ୍ମାନୀତ ଅତିଥି ଭାବେ ସମ୍ବଲପୁରୀ ଲେଖକ ପରିଷଦ ର ସଭାପତି ଦେବାର୍ଚ୍ଚନ ଠାକୁର, ମୁକ୍ତକଣ୍ଠ ପ୍ରଧାନ ଓ କାଳିନ୍ଦୀ ପ୍ରସାଦ ସିଂହ ଯୋଗ ଦେଇ ସମ୍ବଲପୁରୀ ଦିନ ର ଆଭିମୁଖ୍ୟ ତଥା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଏବଂ ଖାଦ୍ୟ ପରମ୍ପରା ର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । . ସମ୍ବଲପୁରୀ ଲେଖକ ପରିଷଦ ର ଆବାହକ ଡ଼ ସିଦ୍ଧାର୍ଥ ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଡ଼ ଆର୍ ପୁଷ୍ପାଞ୍ଜଳି ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଆୟୋଜିତ ପ୍ରବନ୍ଧ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗୀତା ରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପଣତି ବେହେରା ଆବାହନୀ ସଙ୍ଗୀତ ପରିବେଷଣ କରିଥିବାବେଳେ ରଚନା ମାଝୀ, ରୋଜାଲିନ୍ ସିଂହ, ଲିପ୍ସା ରାଣୀ ପ୍ରଧାନ ଓ ସୁଜିସ୍ମିତା ବେହେରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ସମ୍ବଲପୁରୀ ଲେଖକ ପରିଷଦ ତରଫରୁ ନାକଟିଦେଉଳ ମହାବିଦ୍ୟାଳୟ ରେ ସମ୍ବଲପୁରୀ ଦିନ୍ ପାଳିତ
