ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ରେ ପରିଚୟ ପତ୍ର ବଣ୍ଟନ ଓ ଭାରତୀୟ ନ୍ୟାୟ ସଂହିତା 2023 ସଂଶୋଧନ ସଂପର୍କିତ କର୍ମଶାଳା


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଶନିବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ବଣ୍ଟନ ତଥା ଭାରତୀୟ ନ୍ୟାୟ ସଂହିତା-୨୦୨୩ ସଂଶୋଧନ ସଂପର୍କୀତ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମୁଖ୍ୟ ଅତିଥି , ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ସମ୍ମାନିତ ଅତିଥି , ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଙ୍କୁ ସଭାପତି ଙ୍କ ଦ୍ଵାରା ଉପଢୌକନ ଓ ଫୁଲତୋଡ଼ା ସହିତ ସମ୍ବର୍ଦ୍ଧିତ କରାଯିବା ପରେ ଆନୁଷ୍ଠାନିକ ଭାବରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ଦୟାନିଧି ହୋତା ସ୍ବାଗତ ଜଣାଇ ଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ପରେ ପରେ ତାଙ୍କ ଦ୍ବାରା ୪୦ ଜଣ ସଦସ୍ୟ ସଦସ୍ୟାଙ୍କୁ ପରିଚୟ ପତ୍ର ବଣ୍ଟନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଂଯୋଜନା କରିଥିବା ବେଳେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ଚମରା ମହାକୁର , ଦିଲ୍ଲିପ ମିଶ୍ର , ବାସୁଦେବ ପଣ୍ଡା , ତ୍ରିନାଥ ମିଶ୍ର , ଅକ୍ଷୟ ମିଶ୍ର , ଶ୍ୟାମସୁନ୍ଦର ସେଠୀ , ଅକ୍ରୂର ଦନ୍ତା , ନାରାୟଣ ପ୍ରସାଦ ନାୟକ , ଗୋପୀନାଥ ମହାକୁର, ବଳରାମ କାଣ୍ଡ , ଦିଲ୍ଲିପ ତ୍ରିପାଠୀ , ନରେନ୍ଦ୍ର ସାହୁ , ନିତ୍ୟାନନ୍ଦ ତ୍ରିପାଠୀ , ରତ୍ନା ମହାକୁର , ସୁରୁ ସାହୁ, ଜୀତେନ୍ଦ୍ର ପ୍ରଧାନ , ନିରଞ୍ଜନ ସେଠୀ , ଜୟଦେବ ସାହୁ , କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସହଯୋଗ କରୀଥିଲେ ।