ସୁବଳୟାରେ ବରିଷ୍ଠ ନାଗରିକ ସଂଗଠନର ସମ୍ବଲପୁରୀ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଂଚାୟତ ବରିଷ୍ଠ ନାଗରିକ, ସଂଘ ଦ୍ୱାରା, ସମ୍ବଲପୁରୀ ଦୀନ, ପାଳନ କରାଯାଇଛି l ସଙ୍ଘର ସଦସ୍ୟ ମାନେ, ସମ୍ବଲପୁରୀ ବସ୍ତ୍ର ପରିଧାନ କରି, ଏକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ସଂଘ ର ସଭାପତି ନାରାୟଣ ପ୍ରସାଦ ମିଶ୍ର, ଉପସଭାପତି ଅନ୍ତର୍ଯ୍ୟାମୀ ରଥ , ଉପଦେଷ୍ଟା ନନ୍ଦକିଶୋର ମିଶ୍ର , ସମ୍ପାଦକ ପରାମନନ୍ଦ ମେଣ୍ଡୁଳି ଓ ଘନଶ୍ୟାମ ଦାଶ, କାର୍ଯ୍ୟକାରୀ କମିଟି ସଦସ୍ୟ ଗିରିଧାରୀ ମେହେର , ନୂତନ ସଦସ୍ୟ ଦୀନବନ୍ଧୁ ମଲ୍ଲିକ, ସୁରେନ୍ଦ୍ର କୁ. ସାହୁ, ଗୌରାଙ୍ଗ ମହାପାତ୍ର, ତଥା ଗଙ୍ଗାଧର ମିଶ୍ର, ଜଗନ୍ନାଥ ନାୟକ ଆଦି, ସମ୍ବଲପୁରୀ ଭାଷା ଓ ସଂସ୍କୃତି ର ପ୍ରଚାର ନିମନ୍ତେ ଏକ ମଞ୍ଚ ଗଠନ ପାଇଁ ପରାମର୍ଶ ଦେଇଥିଲେ l ଆଗକୁ କୋଶଲି ଭାଷା ର କବି ଓ ଲେଖକ ମାନଙ୍କୁ ଆମନ୍ତ୍ରଣ କରି ଧୂମଧାମ ରେ ପାଳିତ କରିବାର ନିଷ୍ପତ୍ତି ନିଆଗଲା l ନନ୍ଦ କିଶୋର ମିଶ୍ର ଙ୍କ ଧନ୍ୟବାଦ ଅର୍ପଣ ସହ ସଭାପତି ସଭାକାର୍ଯ୍ୟ ର ପରିସମାପ୍ତି ଘୋଷଣା କଲେ l