Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ.ଜେ. ୟୁ ସମ୍ବଲପୁର ଶାଖାର କାର୍ଯ୍ୟକାରିଣୀ ବୈଠକ I

ଚିପିଲିମା, ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି I ସଂଘର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାଧାରଣ ସମ୍ପାଦକ ସରୋଜ ସାହୁ ବିବରଣୀ ଉପସ୍ଥାପନ କରିଥିଲେ l ସଭା ପ୍ରାରମ୍ଭରେ ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ସାମ୍ବାଦିକ ସ୍ୱର୍ଗତ ନବୀନ ଦାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଆୟୋଜିତ ବୈଠକରେ ସଂଘର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ସାଧବ ପ୍ରଧାନ, ଅମଲେନ୍ଦୁ କୁମାର ନାୟକ, ଶ୍ରବଣ କୁମାର ପତି, ଦେବାଶିଷ ବେହେରା, ସତ୍ୟଜିତ ମହାପାତ୍ର, ଅନିଲ ଶ୍ରୀରାମକା, ମାନସ ସାହୁ, ତୁଷୋବନ୍ତ ଯୋଶୀ, ଚୈତନ୍ୟ ନାୟକ, ଦୁଲାଳ ଚନ୍ଦ୍ର ରାୟ, ସଂଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ସମସ୍ତ ସଦସ୍ୟ ନିଜସ୍ୱ ମତ ପ୍ରଦାନ କରିଥିଲେ I ଶେଷରେ ସଂଘର ଉପ ସଭାପତି ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ