Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁତ୍ୱକୁ ନେଇ ସିନେମା…

ନୂଆଦିଲ୍ଲୀ: ଫ୍ରେଣ୍ଡ୍ ସିପ ଡେ ଏପରି ଏକ ଦିନ ଯେଉଁଦିନଟି ବିଶେଷ କରି ବନ୍ଧୁ ମାନଙ୍କ ପାଇଁ ଥାଏ। ଏହି ବିଶେଷ ଦିନଟି ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଇଥାଏ ଯାହାକି ଚଳିତ ବର୍ଷ ୩ ଅଗଷ୍ଟରେ ପାଳନ କରାଯାଇଥିଲା। ବନ୍ଧୁ ମାନଙ୍କ ପାଇଁ ଏକ ବିଶେଷ ଫିଲ୍ମ ହେଉଛି ୨୦୦୧ ରେ ରିଲିଜ ହୋଇଥିବା ଫିଲ୍ମ ଦିଲ୍ ଚାହତା ହେ ଯେଉଁଥିରେ ତିନି ବନ୍ଧୁ ଙ୍କ ଜୀବନ କାହାଣୀ ଦେଖା ଯାଇଛି। ଯେଉଁମାନେ କଲେଜ ଛାଡ଼ିବା ପରେ ତାଙ୍କ ଜୀବନ କେଉଁ କେଉଁ ମୋଡ଼ ନେଉଛି ତାହା ଦେଖା ଯାଇଛି। ଏଥିରେ ସେମାନଙ୍କ କ୍ୟାରିଅର୍, ପ୍ରେମ, ପରିବାର ବିଷୟରେ ମଧ୍ୟ ଦର୍ଶାଯାଇଛି। ତେବେ ଏପରି କିଛି ମୋଡ଼ ଆସିଛି ଯେଉଁ ସମୟରେ ବନ୍ଧୁତା ଭାଙ୍ଗିବା ଭଳି ପରିସ୍ଥିତି ମଧ୍ୟ ଉପୁଜିଥାଏ ।କିନ୍ତୁ ଶେଷରେ ପୁଣି ସେମାନେ ବନ୍ଧୁ ପାଲଟି ଯାଇଥାନ୍ତି। ଏହି ଫିଲ୍ମଟି OTT ପ୍ଲାଟଫର୍ମ netflix ରେ ଉପଲବ୍ଧ ଅଛି।

ସେହିପରି ଅନ୍ୟ ଏକ ଫିଲ୍ମ ଜାନେ ତୁ ୟା ଜାନେ ନା ଯାହାକି ୨୦୦୮ ରେ ରିଲିଜ ହୋଇଥିଲା। ଏଥିରେ ଇମ୍ରାନ ଖାନ ଏବଂ ଜେନେଲିଆ ଡିସୁଜାଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଦୁଇ ଜଣ ବନ୍ଧୁଙ୍କର ଯିଏ କି ନିଜକୁ ଦମ୍ପତି ବୋଲି ମାନି ନଥାନ୍ତି କିନ୍ତୁ ପରସ୍ପରକୁ ଛାଡି ମଧ୍ୟ ରହି ପାରନ୍ତି ନାହିଁ ଓ ଅଲଗା ହେବା ପରେ ହିଁ ପରସ୍ପର ପାଇଁ ଥିବା ପ୍ରେମ ବିଷୟରେ ଅବଗତ ହୋଇପାରନ୍ତି ଏବଂ ଶେଷରେ ମିଶି ଯାଇ ଥାଆନ୍ତି।

ଅନ୍ୟ ଏକ ଫିଲ୍ମ ଟି ହେଉଛି ସୋନୁ କେ ଟିଟୁ କି ସ୍ୱିଟି ଯାହାକି ୨୦୧୮ ମସିହା ରେ ରିଲିଜ ହୋଇଥିଲା। ଏଥିରେ ସୋନୁ ଓ ଟିଟୁ ନାମକ ଦୁଇ ଜଣ ବନ୍ଧୁ ଙ୍କ ଭିତରେ ସ୍ବିଟି ନାମକ ଜଣେ ଝିଅ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି କିନ୍ତୁ ଯେତେବେଳେ ବନ୍ଧୁ ଏବଂ ପ୍ରେମ ମଧ୍ୟରୁ ଗୋଟିଏ ବାଛିବାକୁ ପଡେ ସେତେବେଳେ ଟିଟୁ ତାଙ୍କ ବନ୍ଧୁ ସୋନୁଙ୍କୁ ହିଁ ବାଛିଥିଲେ। ଅନ୍ୟ ଏକ ଫିଲ୍ମ ଭିରେ ଦି ୱେଡିଂ ଅଟେ। ଯାହା ୨୦୧୮ ମସିହା ରେ ରିଲିଜ ହୋଇଥିଲା। ଏହି ଫିଲ୍ମ ଟି ଚାରି ଜଣ ବନ୍ଧୁ ଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀ ଉପରେ ଆଧାରିତ। ସମସ୍ତେ ସମସ୍ତଙ୍କ ଠୁଁ ଭିନ୍ନ ହୋଇଥିଲେ ମଧ୍ୟ ସର୍ବଦା ପରସ୍ପରର ଅସୁବିଧା ସମୟରେ ତାଙ୍କ ପାଖରେ ଠିଆ ହୋଇଥାନ୍ତି।ଯେତେବେଳେ ବନ୍ଧୁଙ୍କୁ ନେଇ ଫିଲ୍ମ ବିଷୟରେ ଚର୍ଚ୍ଚା ହୁଏ ସେତେବେଳେ ସଞ୍ଜୁ ଫିଲ୍ମ ମଧ୍ୟ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହି ଫିଲ୍ମ ଟି ୨୦୧୮ ରେ ରିଲିଜ ହୋଇଥିବାବେଳେ ଏଥିରେ କମଲି ଏବଂ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ପ୍ରକୃତ ବନ୍ଧୁତାକୁ ଆପଣ ନିଶ୍ଚିତ ଭାବରେ ଭାବପ୍ରବଣ କରିଦେବ। କମଲି ଏପରି ଜଣେ ଥିଲେ ଯିଏ କି କେବଳ ଭଲ ସମୟରେ ନୁହେଁ ଖରାପ ସମୟରେ ତାଙ୍କ ସାଙ୍ଗଙ୍କୁ ମଧ୍ୟ ସମର୍ଥନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ