Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଆମ ବସରେ ଯାତ୍ରା କରିବେ କ୍ରୁଟ ଅଧିକାରୀ

ଭୁବନେଶ୍ୱର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ)ର କର୍ମଚାରୀମାନେ ବର୍ତ୍ତମାନ୍ ସପ୍ତାହକୁ ଅତି କମରେ ଦୁଇଥର ଆମ ବସରେ ଯାତ୍ରା କରିବା ନେଇ କ୍ରୁଟ ପରିଚାଳନା ନିର୍ଦ୍ଦେଶକ (ଏମଡି) ଏନ୍ ଥିରୁମାଲା ନାଏକ କହିଛନ୍ତି। ଏହା ଦ୍ଵାରା ବସ୍ ସେବାରେ ଉନ୍ନତି ହେବା ସହ ଯାତ୍ରୀ ମାନଙ୍କ ଅଭିଜ୍ଞତା ବିଷୟରେ ଜାଣିବାରେ ସହାୟକ ହୋଇପାରିବ।

ତେବେ ନାଏକ ବୁଧବାର ଦିନ ରୁଟ୍ ୧୦ ର କିଟ୍ ସ୍କୋୟାରରୁ ଇନଫୋସିଟି ସ୍କୋୟାର ଏବଂ ରୁଟ୍ ୧୩ ର ଟ୍ରାଇଡେଣ୍ଟ କଲେଜରୁ କେଶରୀ ଟକିଜ୍ ମଧ୍ୟରେ ବରିଷ୍ଠ ଅଧିକାରୀଙ୍କ ସହିତ ଯାତ୍ରା କରିଥିଲେ ଓ ଯାତ୍ରୀ ମାନଙ୍କ ମତାମତ ମଧ୍ୟ ଜାଣିପାରିଥିଲେ। ପ୍ରଶାସନିକ ଯୋଜନା ଏବଂ ବାସ୍ତବତା ମଧ୍ୟରେ ଥିବା ଅନ୍ତର କୁ ଦୂର କରି ଏହାକୁ ଅଧିକ ଉନ୍ନତମାନର ବନାଇ ସୁରକ୍ଷିତ ଭାବରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ପ୍ରଦାନ କରିବା ଏହାର ଲକ୍ଷ୍ୟ ବୋଲି କୁହା ଯାଇଛି।

ଏହା ଦ୍ଵାରା ଯାତ୍ରୀ ମାନଙ୍କ ମତକୁ ସଂଗୃହୀତ କରାଯାଇ ଆମ ବସ୍ ପଦକ୍ଷେପ ଅଧୀନରେ ରୁଟ୍ ଅପ୍ଟିମାଇଜେସନ୍, ବର୍ଦ୍ଧିତ ଫ୍ରିକ୍ୱେନ୍ସି, ପ୍ରଯୁକ୍ତିବିଦ୍ୟା ଅପଗ୍ରେଡ୍ ଏବଂ ସାମଗ୍ରିକ ସେବା ଉନ୍ନତି ପାଇଁ ଚାଲୁଥିବା ଯୋଜନାରେ ସାମିଲ କରାଯିବ ବୋଲି ରିପୋର୍ଟ ରୁ ଜଣା ପଡ଼ିଛି। ତେବେ ଆମ ବସ୍ ଆପ୍ ରେ ଏକ କମ୍ୟୁଟର ମତାମତ ଫର୍ମ ମଧ୍ୟ ଯାତ୍ରୀ ମାନଙ୍କୁ ପ୍ରଦାନ କରାଯିବ। ଯାହାଦ୍ଵାରା ଯାତ୍ରୀମାନଙ୍କ ମତାମତ ନିୟମିତ ଭାବରେ ପାଇବାରେ ସକ୍ଷମ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ