Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ଶ୍ୱେତା ମେନନ୍, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ମାଲାୟଲମ ଅଭିନେତ୍ରୀ ଶ୍ୱେତା ମେନନଙ୍କ ବିରୁଦ୍ଧରେ ଅଶ୍ଳୀଳ ଫିଲ୍ମ ଏବଂ ବିଜ୍ଞାପନରେ ଅଭିନୟ କରିବା ର ଅଭିଯୋଗ ହୋଇଥିଲା। ଯାହାପରେ ସେ ଏହି ଏଫଆଇଆରକୁ ବାତିଲ କରିବା ପାଇଁ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ନ୍ୟୁଜପେପର ଆସୋସିଏସନ ଅଫ୍ ଇଣ୍ଡିଆ (କେରଳ ଅଞ୍ଚଳ)ର ସାଧାରଣ ସମ୍ପାଦକ ମାର୍ଟିନ୍ ମେନାଚେରୀ ଏହି ଅଭିଯୋଗ ଦାଖଲ କରିଥିଲେ ଓ ପରେ ଏହାକୁ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ପୋଲିସକୁ ପଠାଇଥିଲେ ଏବଂ ପରେ ଏର୍ନାକୁଲମ୍ କେନ୍ଦ୍ରୀୟ ପୋଲିସ ଏକ ଏଫଆଇଆର ରୁଜୁ କରିଥିଲେ।

ତେବେ ଶ୍ୱେତା ମେନନ୍ ଙ୍କ ବିରୁଦ୍ଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦ ର ଧାରା ୬୭ଏ ଏବଂ ଆମୋରାଲ୍ ଟ୍ରାଫିକ୍ (ନିବାରଣ) ଆଇନ, ୧୯୫୬ ର ଧାରା ୩ ଏବଂ ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଶ୍ୱେତା କହିଛନ୍ତି ଯେ ଏହା ତାଙ୍କ ବିରୁଦ୍ଧରେ କରାଯାଇଥିବା ଷଡ଼ଯନ୍ତ୍ର ଅଟେ ଓ ଏହା ଦ୍ଵାରା ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୋଗରେ ଉଲ୍ଲେଖ କରାଯାଇଥିବା ଚଳଚ୍ଚିତ୍ରଗୁଡ଼ିକ, ଯେପରିକି ‘ପାଲେରି ମାଣିକ୍ୟମ୍’, ‘ରଥିନିର୍ଭେଧାମ୍’ ଏବଂ ‘କାଲିମନ୍ନୁ’ ଆଦି ଫିଲ୍ମ ଗୁଡ଼ିକ ସେନ୍ସର ବୋର୍ଡ ଦ୍ୱାରା ପ୍ରମାଣିତ ହୋଇ ଆଇନଗତ ଭାବରେ ମୁକ୍ତିଲାଭ କରିଛି। ଏଥିସହିତ ସେ ଆହୁରି କହିଥିଲେ ଯେ ‘ପାଲେରି ମାଣିକ୍ୟମ୍’ରେ ତାଙ୍କ ଅଭିନୟକୁ ପ୍ରଶଂସା କରି ଏଥିପାଇଁ ତାଙ୍କୁ ସର୍ବୋତ୍ତମ ଅଭିନେତ୍ରୀ ପାଇଁ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି।

ତେବେ ସେ କୌଣସି ଅଶ୍ଳୀଳ ୱେବସାଇଟ୍ ପରିଚାଳନାରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରିବା ସହ କୌଣସି ଠୋସ୍ ପ୍ରମାଣ ବିନା ତାଙ୍କ ଉପରେ ମାନହାନି ଅଭିଯୋଗ କରାଯାଇଥିବା କହିଛନ୍ତି। ଶ୍ୱେତା ମେନନ୍ ମାଲାୟଲମ୍ ମୁଭି ଆର୍ଟିଷ୍ଟସ୍ ଆସୋସିଏସନ୍ (AMMA) ର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ଏବଂ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖରେ ତାଙ୍କ ବିରୋଧରେ ଏହି ଅଭିଯୋଗ ଦାଖଲ କରାଯାଇଥିଲା। ତେଣୁ ତାଙ୍କ ପ୍ରାର୍ଥୀତ୍ୱ ଏବଂ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ପ୍ରୟାସ କରାଯାଉଥିବା ତାଙ୍କ ଓକିଲ ୟୁନି ସେବାଷ୍ଟିଆନ୍ କପେନ୍ ଏବଂ ଏମ ରବିକୃଷ୍ଣନ୍ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ