Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲଗାମରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

କୁଲଗାମ: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୮ ଦିନ ପୂର୍ବେ ଆରମ୍ଭ ହୋଇଥିବା ଅପରେସନ କୁଲଗାମ ଆଜି ୮ମ ଦିନରେ ପହଂଚିଛି। ଦଶ ବର୍ଷ ମଧ୍ୟରେ ଏହା ସବୁଠାରୁ ଲମ୍ବା ଏନକାଉଣ୍ଟର ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଏହି ଅପରେସନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସ୍ପଷ୍ଟ ହୋଇଛି। ଯେତେବେଳେ କି ୨ରୁ ୩ ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି।

ସୂତ୍ର ଅନୁସାରେ, ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୯ ଜଣ ସେନା କର୍ମଚାରୀ ଆହତ ହୋଇଛନ୍ତି। ଲଗାତାର ୮ ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟର ଯୋଗୁଁ ଅଖଲ ଗ୍ରାମର ଅଧିକାଂଶ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ପାରା, ସେନା, ତିନୋଟି ଜିଲ୍ଲାର ସ୍ପେଶାଲ ଅପରେସନ ଗ୍ରୁପ୍ ଅଫ୍ ପୋଲିସ ସମେତ CRPF କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବାକୁ ଯୋଜନା କରୁଛନ୍ତି।

ତେବେ ହେଲିକପ୍ଟର, କ୍ୱାଡ କପ୍ଟର ଏବଂ ହେକ୍ସାକପ୍ଟର ମାଧ୍ୟମରେ ସମଗ୍ର ଅଞ୍ଚଳ ଉପରେ ନଜର ରଖାଯାଇଛି। ଯାହା ଦ୍ଵାରା ଆତଙ୍କବାଦୀମାନେ କୌଣସି କାର୍ଯ୍ୟକଳାପ କଲେ ସେମାନଙ୍କୁ ଚିହ୍ନଟ କରାଯାଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ