Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ ଦେବୀ ମାହେଶ୍ୱରୀ ଙ୍କ ନୀତିକାନ୍ତି ସମ୍ପାଦନରେ ଅବହେଳା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଗବର ପଞ୍ଚାୟତ ଅନ୍ତର୍ଗତ ନୁଆଁଗଡ ଗ୍ରାମରେ ଗାଁ ଦେବୀ ମାହେଶ୍ଵରୀଙ୍କ ନୀତିକାନ୍ତି ସମ୍ପାଦନରେ ଜନୈକ ଦେହୁରୀ (ପୂଜକ) ଅବହେଳା କରୁଥିବା ଅଭିଯୋଗ କରି ଗ୍ରାମବାସୀ ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଏବଂ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ନୁଆଁଗଡ ଗ୍ରାମର ଦେହୁରୀ ଗାଁର ମାହେଶ୍ଵରୀ ଦେବୀଙ୍କ ପାଇଁ ଥିବା ଜମିକୁ ଚାଷ କରିଆସୁଥିଲେ ମଧ୍ୟ ଦେବୀଙ୍କ ପୂଜାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ଗାଁ ଦେବୀଙ୍କ ଠାରେ କାଦୋ ପୂଜା ନ କରି ଦେବୀଙ୍କୁ ଗମ୍ଭିରାକୁ ନେଇଯାଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ନ କରିବାକୁ ଗ୍ରାମବାସୀ ବାରଣ କରିଥିଲେ ସୁଦ୍ଧା ସେ କାହା କଥା ଶୁଣି ନ ଥିବା ଓ ଓଲଟା କେତେକ ଗ୍ରାମବାସୀଙ୍କ ନାମରେ ବୀରମହାରାଜପୁର ଥାନାରେ ଏତଲା ଦେଇଥିବା ଗ୍ରାମବାସୀ ଦର୍ଶାଇଛନ୍ତି । ଗ୍ରାମବାସୀ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ