Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ପଞ୍ଚାୟତ ରେ ଜଳ ବାୟୁ ସୁରକ୍ଷା ପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ ଉଫୁଲା ଗ୍ରାମପଞ୍ଚାୟତ ରେ ଜଳବାୟୁ ସୁରକ୍ଷା ପରିଷଦ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ପ୍ରଶିକ୍ଷକ ଭାବରେ ଜଳବାୟୁ ସୁରକ୍ଷା ପରିଷଦ ର ସୁବର୍ଣ୍ଣପୁର ଜିଲ୍ଲା ମେନେଜର ଜୟେସ ପ୍ରସାଦ ପାଣ୍ଡିଆ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବୀରମହାରାଜପୁର ବ୍ଲକ ସହକାରୀ ମ୍ୟାନେଜର କିଶୋର କୁମାର ହୋତା ପରିଚାଳନା କରିଥିଲେ l ବୀରମହାରାଜପୁର ବ୍ଲକ ଇଂନିସ୍ପେଟର ନିବେଦିତା କଳତା , ଚୈତନ୍ୟ ମଲ୍ଲିକ , କୋଡିନେଟର ଭବାନୀ ସାହୁ , ସନାତନ ପଧାନ, ପ୍ରକୃତି ମିତ୍ର ପ୍ରଦୀପ ମିଶ୍ର, ପୃଥ୍ୱୀରାଜ ମହାକୁର, ଉଫୁଲା ଗ୍ରାମ ପଞ୍ଚାୟତ ର ସି ଆର ପି, ସ୍ୱୟଂ ସହାୟକ ଗୋଷ୍ଟି ମହିଳା, କୃଷକ ଙ୍କ ସମେତ ୫0ରୁ ଉର୍ଦ୍ଧ୍ବ ଚାଷୀ ଯୋଗଦାନ କରିଥିଲେ l ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରେ ଗ୍ରାମ୍ୟ ସଫେଇ, ଡଷ୍ଟବିନ ବ୍ୟବହାର, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ସାଙ୍ଗକୁ, କୃଷକ ଓ ବ୍ୟବସାୟୀ ଙ୍କୁ ଋଣ ମାଧ୍ୟମରେ ସହଯୋଗ କରିବା ବ୍ୟବସ୍ଥା ରହିଥିବାର ସୂଚନା ପ୍ରଦାନ କରିଥିଲେ l ପ୍ରତ୍ୟେକ ଗ୍ରାମରେ ଜଳବାୟୁ ସୁରକ୍ଷା ପରିଷଦ କମିଟି ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଶେଷରେ ଏ ବି ଏମ ଚୈତନ୍ୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ