ଗୋଳାବନ୍ଧ ଗ୍ରାମରେ ଗ୍ରାମ ଉତଥାନ ର ତୃତୀୟ ମହଲ୍ଳl ସଭା ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତ ର ଗୋଳାବନ୍ଧ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ ଦ୍ଵାରା ଯୁବ ବିକାଶ କାର୍ଯ୍ୟକ୍ରମର ତୃତୀୟ ମହଲ୍ଲା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକ ବର୍ଷ ହେବ ମାଁ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦର ଠାରେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ ଦିଲ୍ଲୀ କମ୍ୟୁନିଟି ଯୁବ ସଂଗ୍ରହର ସହାୟତାରେ ଆୟୋଜିତ ହେଉଛି । ଏହି ମହଲ୍ଲା ସଭାକୁ ଯୁବ ବିକାଶ କାର୍ଯ୍ୟକ୍ରମର ପରିଚାଳକ କ୍ଷିରେନ୍ଦ୍ର ରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଓ ସୀମାରାଣୀ ପର୍ଡିଆ ଓ ଶୃତି ସ୍ମରଣିକା ଦାସ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦରର ଅଧ୍ୟକ୍ଷ ବଲ୍ଲଭ ପୁରୋହିତ, ଗ୍ରାମଉତଥାନ୍ ର ମୁଖ୍ୟ ପରିଚାଳନା ଅଧିକାରୀ ସ୍ଵର୍ଣ୍ଣରୂପା ମିଶ୍ର , ନିଶା ନିବାରଣ କେନ୍ଦ୍ର ମାଟୁପାଲି ସାମାଜିକ କର୍ମୀ ତଥା କାଉନ୍ସେଲର ଶମ୍ଭୁରାଜ କର୍ଣ୍ଣ, ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦରର ଆଇଟି ଅଧ୍ୟାପକ ଉଦ୍ଧବ ପଧାନ ଉପସ୍ଥିତ ଥିଲେ । ନିଶା ନିବାରଣ ବିଷୟରେ ଏହି କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି, ଗ୍ରାମଉତଥାନର ଯୁବ ବିକାଶ କାର୍ଯ୍ୟକ୍ରମ ପରିଚାଳକ କ୍ଷିରେନ୍ଦ୍ର ରଣା , ଫଣ୍ଡରାଇଜିଙ୍ଗ ଆସୋସିଏଟ କମୁନିକେଶନ ଲିଡ ସୁବଳ ମେହେର , ଯୁବକ ଯୁବତୀ , ଅଙ୍ଗନବାଡି, ଆଶା, ୱାର୍ଡ ମେମ୍ବର ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ନିଶା ନିବାରଣ ଉପରେ ତାହାର ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିଥିଲେ । ତାପରେ ସୀମାରାଣୀ ଓ ସାଥି ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀ ରଣା ନିଶା ନିବାରଣ ଉପରେ ଏକ ସୁନ୍ଦର କବିତା “ଜୀବନର ସତ୍ୟ ପଥ” ପାଠ କରିଥିଲେ । ଆମେ ସମସ୍ତେ ନିଶା ମୁକ୍ତ ରହିବା ଓ ଗାଁ କୁ ନିଶାମୁକ୍ତ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ଶୃତି ସ୍ମରଣିକା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l