ବୃକ୍ଷ ର ଶୁଭ ମନାସି ଲିମ୍ବ ଗଛ ରେ ରଖି ବାନ୍ଧିଲେ ଖଜୁରିଆ ପାଲି ଗ୍ରାମ ମହିଳା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମରେ ପରିବେଶ ଓ ପ୍ରକୃତିର ସଂରକ୍ଷଣ ସହିତ ବୃକ୍ଷର ଯତ୍ନ, ଉଜୁଡା ଜଙ୍ଗଲର ସୁରକ୍ଷାକୁ ପ୍ରତିଜ୍ଞାବଦ୍ଧ ହୋଇ ପ୍ରକୃତିପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆଙ୍କ ଉଦ୍ୟମରେ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଦାରୂ ବୃକ୍ଷ ନିମ୍ୱଗଛ ଗୁଡିକରେ ଗାଁ ର ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା କନ୍ଧେନ ବୁଢ଼ୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହିତ ଆବାଳ ବୃଦ୍ଧ ବନିତା ବୃକ୍ଷର ଶୁଭ ମନାସି, ବୃକ୍ଷର ମାନ ରଖିବା ସହ ଜଙ୍ଗଲ ସୁରକ୍ଷା , ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଗଛରେ ରାକ୍ଷୀ ବାନ୍ଧି ବୃକ୍ଷର ସୁରକ୍ଷା ସହିତ ପରିବେଶ ଓ ପ୍ରକୃତିର ସରଂକ୍ଷଣ ଦିଗରେ ଯତ୍ନବାନ ହେବା ପାଇଁ ପ୍ରତିଜ୍ଞା କରିଥିଲେ l ବୃକ୍ଷ ବଞ୍ଚିଲେ ପରିବେଶ ସୁସ୍ଥ ରହିବ ଓ ପ୍ରକୃତିର ଧରିତ୍ରୀ ମାତା ସବୁଜିମାରେ ଭରି ଉଠିବ l ଫଳରେ ଆମ ମଣିଷ ସମାଜ ସୁସ୍ଥ ଓ ନିରୋଗୀ ରହିବା ପାରିବା ବୋଲି ପ୍ରକୃତିପ୍ରେମୀ ସତ୍ୟଜିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମହିଳା ଗୋଷ୍ଠୀ ଙ୍କ ସମେତ ଗୁପ୍ତେଶ୍ୱର ଦେହେରୀ , ବିଶ୍ୱନାଥ ଗଡୁଆ , ସଂଗୀତା ପାତ୍ର, ସୁବାସିନୀ ମାଝୀ , ଦମୟନ୍ତୀ ଦେହେରୀ ପ୍ରମୁଖ ସହଯୋଗ କରିଥିଲେ l ସତ୍ୟଜିତଙ୍କ ପରିବେଶ ଓ ପ୍ରକୃତି ପ୍ରତି ଏଭଳି ଭଲପାଇବା ଓ ଯତ୍ନବାନକୁ ଜନସାଧାରଣରେ ପ୍ରଶଂସନୀୟ ମନେ କରାଯାଉଅଛି l