କଲମପୁର : ଏପଟେ ୪୫ ଡିଗ୍ରୀ ଖରା, ସେପଟେ ଅଘୋଷିତ ବିଦ୍ୟୁତକାଟ : ଜନଜୀବନ ବେହାଲ


କଳାହାଣ୍ଡି,୧୬/୦୫-ଦୁଇଦିନ ହେଲା କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ସହିତ ଅସହ୍ୟ ଗୁଳୁଗୁଳି ହେଉଛି ! ପ୍ରବଳ ଖରାତାତି ଯୋଗୁଁ ସକାଳ ୧୦ଟାରୁ ଘରୁ ବାହାରକୁ ବାହାରି ହେଉନଥିବାବେଳେ ଏଇ ସମୟରେ ଘରେ ରହି ଲୋକେ ବିଦ୍ୟୁତଚାଳିତ ପଙ୍ଖା, କୁଲର ଏବଂ ଥିଲାବାଲା ଲୋକ ଏସି ଭରସାରେ ରହୁଛନ୍ତି ! ତେବେ ଆଜି ସକାଳ ୯ଟାରୁ କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ! ଏପରିକି ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁଥିବାବେଳେ ଅପରାହ୍ନ ୪ଟା ଯାଏଁ ବିଦ୍ୟୁତକାଟ ଜାରି ରହିବା ଯୋଗୁଁ କଲମପୁର ଅଞ୍ଚଳବାସୀଙ୍କ ଦୁଃଖ ବହୁଗୁଣିତ ହୋଇଯାଇଛି ! ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ଲୋକେ ହଇରାଣ ହେଉଥିବାବେଳେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ବରେ ଥିବା ଟାଟା ପାୱାର ନିଜର ମନମାନୀ ଜାରି ରଖିଛି ! ଏହାକୁ ନେଇ ଜନ ଅସନ୍ତୋଷ ବଢୁଥିବାବେଳେ ଏଥିପ୍ରତି ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି !