ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ତୀର୍ଥକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନରେ ଆସିଥିଲେ । ରବିବାର ଏ ଅବସରରେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ଓ ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଛଳିଆ ପାହାଡସ୍ଥ ଶ୍ରୀମନ୍ଦିର ରେ ଠାକୁର ଦର୍ଶନ ପୂଜାପାଠ ପରେ ଟ୍ରଷ୍ଟ ସଦସ୍ୟ ଓ ସେବାୟତମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆଲୋଚନାରେ ସମ୍ପାଦକ ଉତ୍ତର କୁମାର ପାତ୍ର , ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ , ମହାଦେବ ସାହୁ , ଜାନକୀରାମ ଦେହୁରୀ , ଜଗଦୀଶ କର୍ଣ୍ଣ ଓ ସେବାୟତ ସଂଘ ସଭାପତି ଗୋପାଳ ପଣ୍ଡା,ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମେଣ୍ଡିଲି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଜି ବହୁ ସଂଖ୍ୟାରେ ଭକ୍ତ ଦର୍ଶନାର୍ଥୀଙ୍କ ସମାଗମ କୁ ଦେଖି ପର୍ଯ୍ୟଟନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପର୍ଯ୍ୟଟକ ମାନଙ୍କ ମୌଳିକ ସୁବିଧା ପାନୀୟଜଳ , ଶୌଚାଳୟ , ରାସ୍ତାର ଉନ୍ନତିକରଣ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ , ପର୍ଯ୍ୟଟନ ଭିତ୍ତିଭୂମି ତଥା ଭବ୍ୟ ମନ୍ଦିର ନିର୍ମାଣ ଉପରେ ବିଶେଷ ଆଲୋଚନା କରାଯାଇ ଥିଲା ।
ସୁବର୍ଣ୍ଣପୁର ଜିଲାପାଳଙ୍କ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ
