Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଇଲେରିଆର ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ,ମନ୍ତ୍ରୀ ଖାଇଲେ ଔଷଧ

ସମ୍ବଲପୁର:ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଠାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି-ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, ସମ୍ମାନିତ ଅତିଥି- ମାନ୍ୟବର କେନ୍ଦ୍ର ସରକାର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଶ୍ରୀ ନାଉରି ନାୟକ, ମାନ୍ୟବର ବିଧ।ୟକ ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ ପୁରୋହିତ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏସ.ଏ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ କ୍ଷେତ୍ରି(ଆଇଏଏସ),ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଦୀପ କୁମାର ହୋତା, ଗଙ୍ଗାଧର ବିଶ୍ଵ ବିଦ୍ୟାଳୟ ଉପ ରେଜିଷ୍ଟ୍ରାର ଡ. ଉମା ଚରଣ ପତି,ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଅଶୋକ ଦାସ, ଡି ପିଏମ୍ ଏନଏଚମ୍ ଶ୍ରୀ ମୃତ୍ୟୁଞ୍ଜୟ ମୁଣ୍ଡ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ,ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ,ସ୍ବାସ୍ଥ୍ୟ କର୍ମୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଔଷଧ ସେବନ କରିବାକୁ କହିଥିଲେ ।ଆଗାମୀ ଦିନରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କୁ ବ୍ୟାପକ କରି ଆମ ଜିଲ୍ଲା କୁ ଫାଇଲେରିଆ ମୁକ୍ତ କରିବାକୁ ସମସ୍ତଙ୍କୁ ସହୋଜୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ।
ସୂଚନାଯୋଗ୍ୟ, ଜିଲ୍ଲା ରେ ପ୍ରାୟ ୧୦ ଲକ୍ଷ ୭୬ ହଜର ୬୩୨ଜଣଙ୍କୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଔଷଧ ଦେବାର ଲକ୍ଷ ରଖାଯାଇଛି। ଏଥିରେ ଡ୍ରଗ ଆଡ଼ମିନିଷ୍ଟ୍ରେଟର, ସୁପରଭାଇଜର, ତୁରନ୍ତ ପ୍ରତିକ୍ରିୟା ଦଳ(ରାପିଡ଼ ରେସ୍ପନ୍ସ ଟିମ୍) ନିଯୋଜିତ ସହିତ କଣ୍ଟ୍ରୋଲ ରୂମ ଓ ଏମଡିଏ କର୍ଣ୍ଣର କାର୍ଯ୍ୟ କରିବ ବେଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଭିଯାନ ରେ ଅଙ୍ଗନବାଡ଼ି କର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ୱେଚ୍ଛା ସେବୀ ଘରକୁ ଘର, ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ଯାଇ ଔଷଧ ସେବନ କରାଇବେ। ଏହି ଔଷଧ ୬ ବର୍ଷ ରୂ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଲୋକମାନେ ଡି.ଇ.ସି, ଆଇବେଢାଳଲ ଓ ଆଇଭରମେକଟିନ ଔଷଧ ଖାଇପାରିବେ।କିନ୍ତୁ ଗର୍ଭବତୀ ମହିଳା, ୨ ବର୍ଷ ରୁ କମ୍ ଶିଶୁ, ଗୁରୁତର ଅସୁସ୍ଥ ରୋଗୀ ଓ ମାଆ( ଶିଶୁ ଜନ୍ମର ଏକ ସପ୍ତାହ ମଧ୍ୟରେ)ଙ୍କୁ ଏହି ବଟିକା ସେବନ କରି କରିବାକୁ ବାରଣ କରାଯାଇଛି। ବ୍ୟକ୍ତିର ଉଚ୍ଚତା ଅନୁସାରେ ଏହି ଡ଼ୋଜ ଦିଆଯିବ ବୋଲି ସୂଚନା ଦିଆଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ବଟିକା ସେବନ କରିଛନ୍ତି । ବଟିକାର କୌଣସି ପାର୍ଶ୍ୱ ( ପ୍ରତିକ୍ରିୟା ନଥିବାର ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ସେଥ‌ିପାଇଁ ସମସ୍ତ ଙ୍କୁ ବଟିକା ନେବାକୁ ଅନୁରୋଧ କରାଯାଇଛି। ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୯ ତାରିଖ ଯାଏଁ ଚାଲିବ।ଏହି ସମୟରେ ଅଭିଯାନ କୁ ସଫଳ କରିବା ଉଦ୍ଦେଶ୍ୟ ରେ ମୁଖ୍ୟ ଅତିଥିନ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରାଉଣ୍ଡ କୁ ଟିପିଡବ୍ଲୁଓଡ଼ିଏଲ ମଧ୍ୟ ସହଯୋଗ କରୁଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories