ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରବିବାର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି ।ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ପରିଚାଳନା ସମିତି ର ଉପସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ମୁଖ୍ୟ ଅତିଥି , ବୀରମହାରାଜପୁର ସଂକୁଳ ପ୍ରମୁଖ ରୁଦ୍ରାକ୍ଷ ସାହୁ , ସଂପାଦକ ରାଜେନ୍ଦ୍ର ପଧାନ ,ସହ ସଂପାଦକ ପ୍ରଦୀପ ସ୍ୱାଇଁ , କୋଷାଧ୍ୟକ୍ଷ ଜୀତେନ୍ଦ୍ର ଦାଶ , ସୁବଳୟା ଶିଶୁ ମନ୍ଦିର ର ସଭାପତି ଅନ୍ତର୍ଯ୍ୟାମୀ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ବିଦ୍ୟାଳୟ ର ଛାତ୍ରୀ ମିଲି ରଥ , ଅନ୍ୱେଷା ପଣ୍ଡା , ଆଦ୍ୟାଶା ପଧାନ , ଆୟୁଷୀ ଗାଈଗରିଆ , ସ୍ୱରୂପା ଶତପଥୀ ପ୍ରମୁଖ ସାମୂହିକ ସ୍ବାଗତ ସଂଗୀତ ଗାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ଅତିଥି ପରିଚୟ ଓ ସ୍ବାଗତ କରିଥିଲେ । ଆଚାର୍ଯ୍ୟା ସନ୍ତୋଷିନୀ ସାମନ୍ତରା ସଭା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ସୁଜାତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ଚଢେଇପଙ୍କ , ଉଲୁଣ୍ଡା , ଧର୍ମଶାଳା , ହିଙ୍ଗମା , ବୀରମହାରାଜପୁର , ସୁବଳୟା ପ୍ରଭୃତି ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ୫୦ଗୋଟି ପ୍ରକଳ୍ପକୁ ଅତିଥିମାନେ ବୁଲି ଦେଖିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଂସ୍କୃତି ବୋଧ , ଗଣିତ , ବିଜ୍ଞାନ ପ୍ରଶ୍ନ ମଞ୍ଚ , ମୂର୍ତ୍ତି କଳା , କଥା କଥନ , ତତ୍କାଳୀକ ଭାଷଣ , ବିଜ୍ଞାନ ପ୍ରୟୋଗ , ବିଜ୍ଞାନ ପ୍ରଶ୍ନ ବାଚନ , ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନ ବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ୧୭୨ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିବାବେଳେ ୯୫ଜଣ ଗୁରୁଜୀ , ଗୁରୁମା ବ୍ୟବସ୍ଥା ପରିଚାଳନା ଦାୟିତ୍ଵ ରେ ରହିଥିଲେ।ବିଚାରକ ଭାବେ ଜୟରାମ ତ୍ରିପାଠୀ , ରାଧେଶ୍ୟାମ ପୁରୋହିତ , ନାରାୟଣ ରଥ , ବିଦ୍ୟୁତ ପ୍ରଭା ରଥ , ନୀତାରାଣୀ ପଧାନ , ସନ୍ତୋଷିନୀ ନାୟକ , ଅନ୍ତର୍ଯ୍ୟାମୀ ରଥ ପ୍ରମୁଖ ରହିଥିଲେ । ଉଦ୍ଯାପନୀ ସଭା ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।
ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
