Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ ନମ୍ବର AI2455 ରବିବାର ଚେନ୍ନାଇରେ ଜରୁରୀକାଳୀନ ଅବତରଣ କରିଥିଲା। ଖରାପ ପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବିମାନଟିକୁ ସୁରକ୍ଷିତ ଭାବରେ ଚେନ୍ନାଇରେ ଅବତରଣ କରାଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.com ରେ ଉପଲବ୍ଧ ସୂଚନା ଅନୁଯାୟୀ, ଏୟାରବସ୍ A320 ବିମାନ ଦ୍ୱାରା ପରିଚାଳିତ ବିମାନ AI2455 ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଆକାଶରେ ରହିଥିଲା।

ସେହି ସମୟରେ କଂଗ୍ରେସ ସାଂସଦ ଭେନୁଗୋପାଳ କହିଛନ୍ତି ଯେ ସେ ଏବଂ ଅନେକ ସାଂସଦଙ୍କ ସହିତ ଶହ ଶହ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଥିଲେ। ସେ କହିଛନ୍ତି ଯେ ବିମାନଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା। ଏୟାର ଇଣ୍ଡିଆର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଅଗଷ୍ଟ ୧୦ ତାରିଖରେ ବିମାନ ନମ୍ବର AI2455 ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ବେଳେ ପାଗ ଖରାପ ଥିଲା ଏବଂ ଏକ ଯାନ୍ତ୍ରିକ ସମସ୍ୟା ଥିବା ଆଶଙ୍କା କରାଯାଇଥିଲା, ତେଣୁ କ୍ରୁ ସତର୍କତା ସ୍ୱରୂପ ବିମାନକୁ ଚେନ୍ନାଇକୁ ନେଇଯାଇଥିଲେ। ପରେ ବିମାନଟି ସୁରକ୍ଷିତ ଭାବରେ ଚେନ୍ନାଇରେ ଅବତରଣ କରିଥିଲା।

ମୁଖପାତ୍ର ଆହୁରି ଜଣକ କହିଛନ୍ତି ଯେ ବିମାନର ଆବଶ୍ୟକୀୟ ତଦନ୍ତ ଚେନ୍ନାଇରେ କରାଯିବ। ସେ କହିଛନ୍ତି ଯେ ଯାତ୍ରୀ ମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଯାତ୍ରୀମାନଙ୍କୁ ଯେଭଳି ଅସୁବିଧା ନ ହୁଏ ସେଥିପାଇଁ ଚେନ୍ନାଇରେ ଆମର ଗ୍ରାଉଣ୍ଡ ଷ୍ଟାଫ୍ ସହାୟତା ଯୋଗାଇ ଦେଉଛନ୍ତି ଏବଂ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ