ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ଦ୍ବାରା ଶ୍ରାବଣ ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ସଂଚାଳିକା ବି କେ ଅର୍ପିତା ଓ ସହକାରୀ ଆହ୍ଲାଦିନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପର୍ବରେ ଡାକ୍ତରଖାନା ଷ୍ଟାଫ୍ , ଆଇ ଆଇ ସି , ତହସିଲଦାର , ସବ୍ ଜେଲର୍ ଆଦିଙ୍କୁ ରକ୍ଷାବନ୍ଧନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅନୁଷ୍ଠାନର ବି କେ ଭାଇ , ବିଦ୍ୟାଧର , ଇନ୍ଦ୍ର , ସୁଦାମ , ଦୁଃଶାସନ, ଯୋଗେଶ୍ବର, ବୃନ୍ଦାବତୀ, ଭାନୁମତୀ , ରୁଦ୍ର , ସୋମନାଥ , ସୋମନାଥ , ଗୋପାଳ , ଦୀପକ, ବସୁଦେବ , ଜନକ , ମୀନାକ୍ଷୀ ପ୍ରମୁଖ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ।