Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଡୁମାଳ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କଲେଜରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁରଙ୍କ ସଭାପତିତ୍ବରେ ଉଲୁଣ୍ଡା ବ୍ଳକ ସମସ୍ତ କେନ୍ଦ୍ର ରେକର୍ଡ଼ ତଦାରଖ କରାଯାଇଛି । ସମସ୍ତ ସଭାପତି ସମ୍ପାଦକ କର୍ମକର୍ତ୍ତା, ଜିଲ୍ଲା ତଦାରଖ କମିଟିଙ୍କ ଉପସ୍ଥିତି ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ଙ୍କୁ ଅବଗତ କରିଥିଲେ । ବାଲ୍ୟବିବାହ ବନ୍ଦ କରିବା, ଯେଉଁ ପରିବାର ବର୍ଗ ବାଲ୍ୟ ବିବାହ କରିଛନ୍ତି ତାଙ୍କର ଉପରେ ଦୃଢ଼ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବ, ପ୍ରଥମ ସ୍ତ୍ରୀର ବିନା ଅନୁମତିରେ ଦ୍ଵିତୀୟ ବିବାହ କରିଥିବ ପରିବାର ବର୍ଗ ଏବଂ ଦ୍ବିତୀୟ ବିବାହରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ଠାରୁ ଡୁମାଳ ପରିଷଦ ଦୂରେଇ ଯିବାପାଇଁ ପ୍ରସ୍ତାବ ଦେଇଥିଲେ । ଡୁମ୍ବୁରୀପାଲି ବ୍ଳକ ଅନ୍ତର୍ଗତ ଗଜବନ୍ଧ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ବଲ୍ଲଭ ଖେତୀଙ୍କର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଆଜି ପର୍ଯ୍ୟନ୍ତ ସଠିକ୍ ଭାବରେ ତଦନ୍ତ ନକରି, ହତ୍ୟା କରିଥିବା ଦୃର୍ବୁତ୍ତମାନେ ଅସ୍ତ୍ର ଶସ୍ତ୍ର ପାଇ ନାହିଁ, ହତ୍ୟା କରିଥିବା ଦୃର୍ବୁତ୍ତ ମାନଙ୍କ ମୋବାଇଲ ଫୋନ ରେକର୍ଡ଼ ଷ୍ଟ୍ରୋକ ନକରିବା,କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଜିଲ୍ଲା ପୋଲିସ ପ୍ରସାଶନ ଉପରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲା ସଭାପତି ସମସ୍ତ ପ୍ରସ୍ତାବ ଗୁଡ଼ିକର ସମସ୍ୟା ସମାଧାନ ବିଚାର ବିମର୍ଶ କରି ସମାଧାନ କରିଯିବୋଲି,ମତପ୍ରକାଶ କରିଥିଲେ । ଗଜବନ୍ଧ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ
ସ୍ବର୍ଗତ ବଲ୍ଲଭ ଖେତୀଙ୍କର ନ୍ୟାୟ ପାଇଁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଜିଲ୍ଲା ପାଳ ସୁବର୍ଣ୍ଣପୁର ଅଫିସ ଘେରାଉ କରାଯିବ ବୋଲି ଘୋଷଣା କରିଥିଲେ ।ପ୍ରତ୍ୟେକ କେନ୍ଦ୍ର ଜାତି ଭାଇ, ସମସ୍ତ ଜିଲ୍ଲା କମିଟି, ରାଜ୍ୟ କମିଟି ଉପସ୍ଥିତ ରହିବେ,ଆସିଥିବା ସମସ୍ତ କର୍ମ କର୍ତ୍ତା ଉଲୁଣ୍ଡା କେନ୍ଦ୍ର ସଭାପତି ରାଧାଚରଣ ମହାକୁର ଧନ୍ୟବାଦ ଦେଇଥିଲେ । ଉପସ୍ଥିତ ଥିଲେ ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବସ୍ତିଆ, ଜିଲ୍ଲା ଆଇନ୍ ସେଲ୍ ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ , କୋଟସମଲାଏ କେନ୍ଦ୍ର ସଭାପତି ନରସିଂହ ପଧାନ , ସମ୍ପାଦକ ଶଶିକାନ୍ତ ପଧାନ, ମାଉଲିମାଲ କେନ୍ଦ୍ର ସଭାପତି ଅନ୍ତର୍ଯ୍ୟାମୀ କର୍ଣ୍ଣ , ସମ୍ପାଦକ କଳ୍ପ ବାରିକ,ପଲାସ କେନ୍ଦ୍ର ସମ୍ପାଦକ ସତ୍ୟ ପଧାନ, କଳାପଥର କେନ୍ଦ୍ର ସଭାପତି ରବି ବଘାର, ଉଲୁଣ୍ଡା କେନ୍ଦ୍ର ସହ ସମ୍ପାଦକ ଦିଲ୍ଲିପ ବାରିକ, ଜଉଁରା ଭଉଁରା କେନ୍ଦ୍ର ବିରିଷ୍ଠ କର୍ମ କର୍ତ୍ତା, ଜିଲ୍ଲା ମାହେଶ୍ୱରୀ ମନ୍ଦିର ପିଠ ସେବାୟତ କମିଟି ସଦସ୍ୟ ଅକ୍ଷୟ ଛନ୍ଦ,ଜାଲୋଏ କେନ୍ଦ୍ର ସମ୍ପାଦକ ମାର୍କଣ୍ଡ କର୍ମୀ , ବିରିଷ୍ଠ ଜାତି ଭାଇ ମାନେ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ