Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା କପିଲ ଶର୍ମାଙ୍କ ସୁରକ୍ଷା…

କାନାଡା: କାନାଡାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଗୋଟେ ମାସ ମଧ୍ୟରେ ଦୁଇଥର ଗୁଳିକାଣ୍ଡ ଘଟଣା ଘଟିବା ପରେ ବର୍ତ୍ତମାନ୍ ମୁମ୍ବାଇ ପୋଲିସ କପିଲ ଶର୍ମାଙ୍କ ସୁରକ୍ଷା ବୃଦ୍ଧି କରିଛି। ତେବେ ନିକଟରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତରଫରୁ କପିଲଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା।

ତେବେ କପିଲ ଶର୍ମାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କେଉଁ ବର୍ଗର ସୁରକ୍ଷା ପ୍ରଦାନ କରାଯାଉଛି ତାହା ସର୍ବ ସମ୍ମୁଖରେ ପ୍ରକାଶ କରାଯାଇନାହି। ଗତ ଜୁଲାଇ ୧୦ରେ ପ୍ରଥମ ଥର ପାଇଁ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟରେ ଗୁଳି ଚାଳନା ହୋଇଥିବାବେଳେ ପରେ ଅଗଷ୍ଟ ୭ରେ ଦ୍ବିତୀୟ ଥର ପାଇଁ ଗୁଳିଚାଳନା ହୋଇଥିଲା। ପ୍ରଥମ ଥର ଯେଉଁ ଗୁଳିକାଣ୍ଡ ହୋଇଥିଲା ତାହାର ଦୋଷ ବବର ଖାଲସା ଇଣ୍ଟରନ୍ୟାସନାଲ (BKI) କର୍ମୀ ହରଜିତ ସିଂହ ଲାଡି ନିଜ ଉପରକୁ ନେଇଥିଲେ। କିନ୍ତୁ ଅଗଷ୍ଟ ରେ ହୋଇଥିବା ଗୁଳିକାଣ୍ଡ ର ଦାୟିତ୍ଵ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ଢିଲୋନ ନିଜ ଉପରକୁ ନେଇଥିଲେ।

କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ପରେ ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଏକ ଅଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କହିଥିଲେ ଯେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜନ୍ ୩ ର ପ୍ରଥମ ଏପିଶୋଡ ରେ ସଲମାନ ଖାନଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଏହି ଗୁଳିକାଣ୍ଡ କରାଯାଇଥିଲା। କେବଳ ଏତିକି ନୁହେଁ ଯିଏ ସଲମାନ ଖାନଙ୍କ ସହିତ କାମ କରିବ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ସେ ଧମକ ଦେଇଛନ୍ତି। ବର୍ତ୍ତମାନ୍ କୌଣସି ନିର୍ଦ୍ଦେଶକ, ପ୍ରଯୋଜକ କିମ୍ବା ଅଭିନେତାଙ୍କୁ ଚେତାବନୀ ଦିଆଯିବ ନାହିଁ ବରଂ ସିଧାସଳଖ ଗୁଳି କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

କପିଲ୍ ଶର୍ମା ବର୍ତ୍ତମାନ ତାଙ୍କର କମେଡି ଶୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜନ୍ ୩ ହୋଷ୍ଟ କରୁଛନ୍ତି ଯାହାକି ପ୍ରତି ଶନିବାର ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି। ଏହା ବ୍ୟତୀତ ତାଙ୍କର ‘କିସ୍ କିସ୍ କୋ ପ୍ୟାର୍ କରୁଁ ୨’ ଫିଲ୍ମ ମଧ୍ୟ ଚଳିତ ବର୍ଷ ମୁକ୍ତି ଲାଭ ପାଇଁ ପ୍ରସ୍ତୁତ ହୋଇସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ