ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ସମାଜସେବୀ ତଥା ପ୍ରକୃତିପ୍ରେମୀ ସତ୍ୟଜିତ ଗଡୁଆଙ୍କୁ ରାଉରକେଲା ଲାଇବ୍ରେରୀ ହଲ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମାରୋହ ଅବସରରେ ବିଶ୍ୱ ଚାରିଟି କଲ୍ୟାଣ ସଂଗଠନ ତରଫରୁ ପ୍ରକୃତି, ପରିବେଶ ଓ ବନ୍ୟପ୍ରାଣୀ ସରଂକ୍ଷଣ କ୍ଷେତ୍ରରେ “ଜୀବନକାଳ ସଫଳତା ସମ୍ମାନ”ରେ ସମ୍ମାନିତ କରାଯାଇଛି l ପ୍ରକାଶ ଥାଉକି ପ୍ରକୃତିକୁ ଭଲ ପାଉଥିବା ସତ୍ୟଜିତ ପରିବେଶର ଯତ୍ନ ବନାଗ୍ନୀ ନିରାକରଣ , ବନ୍ୟପ୍ରାଣୀଙ୍କ ସରଂକ୍ଷଣ , ଗ୍ରୀଷ୍ମଋତୁରେ ପଶୁ ପକ୍ଷୀ ମାନଙ୍କୁ ପାଣି ଯୋଗାଇବା ସହ ବିପଦରେ ଥିବା ଜୀବଜନ୍ତୁ , ପକ୍ଷୀ , ସରୀସୃପ ମାନଙ୍କର ସୁରକ୍ଷା କରିବା କାର୍ଯ୍ୟ ଶୈଳୀକୁ ଉଚ୍ଚ ପ୍ରଶଂସିତ ମନେକରି ବିଶ୍ୱ ଚାରିଟି କଲ୍ୟାଣ ସଂଗଠନ ତରଫରୁ ଏହି ସମ୍ମାନଜନକ ଆୱାର୍ଡ ପ୍ରଦାନ କରାଯାଇଛି l ସମ୍ମାନିତ ହେବା ପରେ ପ୍ରକୃତି, ପରିବେଶ ଓ ବନ୍ୟପ୍ରାଣୀଙ୍କ ସରଂକ୍ଷଣ ଦିଗରେ ନିଜର ସେବାକୁ ସମର୍ପିତ କରିବା ସହ ଆଗକୁ ପ୍ରୟାସ ଜାରି ରହିବ ବୋଲି ଜଣାଇଛନ୍ତି l
ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ ରେ ସମ୍ମାନିତ ହେଲେ ପ୍ରକୃତି ପ୍ରେମୀ ସତ୍ୟଜିତ ଗଡୁଆ
