ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , କ୍ଷେମାଲୋଏ ଠାରେ ସଂସ୍କୃତ ଦିବସ ତଥା ସଂସ୍କୃତ ସପ୍ତାହ ସମାରୋପ କାର୍ଯ୍ଯକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ସାହୁଙ୍କ ତତ୍ବାବଧାନରେ ୭ଦିନ ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଗୀତା ଶ୍ଲୋକ ପାଠ , ବୃକ୍ଷ ରୋପଣ , ସ୍ଵଚ୍ଛତା , ସଂସ୍କୃତ ଉପକରଣ ପ୍ରଦର୍ଶନୀ, ନୃତ୍ୟ , ଛୋଟ ନାଟକ ଅନୁଷ୍ଠିତ ହେବା ସହ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯକ୍ରମରେ ସଭା ସଂଯୋଜନା କରିଥିଲେ ସଂସ୍କୃତ ଶିକ୍ଷକ ଅଜିତ୍ କୁମାର ରଣା । ଏଥିରେ ମୁଖ୍ୟ ଅତିଥି ସଂସ୍କୃତ ଅଧ୍ୟାପକ ବଲ୍ଲଭ ପୁରୋହିତ ଯୋଗଦାନ କରି ସଂସ୍କୃତ ଭାଷାର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଯୋଗଗୁରୁ ଡ ହୃଷୀକେଶ ଦେହେରି ଯୋଗଦାନ କରି ମତ ରଖିଥିଲେ ସଂସ୍କୃତ ଭାଷାରୁ ଭାରତୀୟ ସଂସ୍କୃତି ଉତ୍ପନ୍ନ ହୋଇଥାଏ । ଅନ୍ୟାନ୍ୟ ଅତିଥି ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ ସି.ଆର୍.ସି.ସି , ଶିକ୍ଷାବିତ୍ ଜ୍ଞାନ ଭରତ ଦେହେରି , ଅନ୍ତର୍ଯ୍ୟାମୀ କର୍ଣ୍ଣ , ଅଚ୍ୟୁତା ନନ୍ଦ ଦଳାଇ ପ୍ରମୁଖ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେବକ ସେବିକା ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଶେଷ ରେ ବରିଷ୍ଠ ଶିକ୍ଷୟିତ୍ରୀ ସନ୍ତୋସିନି ମାଝୀ ଧନ୍ୟବାଦ ଅର୍ପଣ କରି ଥିଲେ l
କ୍ଷେମାଲୋଏ ହାଇସ୍କୁଲ ରେ ସଂସ୍କୃତ ସପ୍ତାହ ସମାରୋପ କାର୍ଯ୍ୟକ୍ରମ ପାଳିତ
